No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୫ ଅକ୍ଟୋବର ମଙ୍ଗଳବାର) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଅଭୟାରଣ୍ୟ ଅଞ୍ଚଳରେ ବନ୍ୟଜନ୍ତୁ ଜନିତ ସଂକ୍ରମଣ ରୋକିବା ଲାଗି କୋଟଗଡ଼ ବନ ବିଭାଗ ପକ୍ଷରୁ ଗୃହପାଳିତ ପଶୁ ପକ୍ଷୀମାନଙ୍କୁ ସୋମବାର ମାଗଣାରେ ଟିକା ପ୍ରଦାନ କରାଯାଇଥିଲା l
ବାଲିଗୁଡା ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡା ଙ୍କ ନିର୍ଦ୍ଦେଶକ୍ରମେ କୋଟଗଡ଼ ରେଞ୍ଜ ଅଫିସର କର୍ମକର୍ତ୍ତା ଙ୍କ ଉଦ୍ୟମରେ ଏହି ଟିକାକରଣ କାର୍ଯ୍ୟକ୍ରମ ଆୟୋଜନ କରି ଲାକେଡ଼ି, ରଡିଗୁମା ,ଜରିଘାଟି ଆଦି ଅଭୟାରଣ୍ୟରେ ରହୁଥିବା ଲୋକମାନଙ୍କ ଗୃହପାଳିତ ପଶୁ ପକ୍ଷୀମାନଙ୍କୁ ଟିକାକରଣ କରିବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବନପାଳ ପ୍ରଭାତ କୁମାର ଦୋରା , ବନରକ୍ଷୀ ଯୋଗେନ୍ଦ୍ର ଧାରୁଆ .ରାହୁଲ ଡିଗାଲ ପ୍ରମୁଖ ବହୁ ବନ କର୍ମଚାରୀ ଓ ବନ ସଂରକ୍ଷଣ ସମିତି ସଦସ୍ୟମାନେ ସହଯୋଗ କରିଥିଲେ। କୋଟଗଡ଼ ପ୍ରାଣୀ ଚିକିତ୍ସକ, କର୍ମଚାରୀ ଏଲଆଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ପରିଚାଳନା କରିଥିଲେ ।
କୋଟଗଡ଼ ରେଞ୍ଜ କାର୍ଯ୍ୟାଳୟ କର୍ମକର୍ତ୍ତା ଙ୍କ ନିଷ୍ଠା ଓ ଆନ୍ତରିକତା ଯୋଗୁଁ ଅଭୟାରଣ୍ୟ ଅଞ୍ଚଳରେ ଥିବା ବନ୍ୟଜନ୍ତୁମାନଙ୍କ ସୁରକ୍ଷା ସମ୍ଭବ ହେବା ସହ ଜଙ୍ଗଲ କ୍ଷୟ ରୋକାଯାଇ ପାରିଛି ବୋଲି ସ୍ଥାନୀୟ ଲୋକ, ପରିବେଶବିତ, ବୁଦ୍ଧିଜିବୀ ମାନେ ମତବ୍ୟକ୍ତ କରିଛନ୍ତି ।

No Result
View All Result