No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୫ ଅକ୍ଟୋବର ମଙ୍ଗଳବାର) ଉତ୍ତର ପ୍ରଦେଶର, ଲକ୍ଷ୍ନୌ :- ଉତ୍ତର ପ୍ରଦେଶର ଲଖିମପୁରଖେରି ହିଂସାକାଣ୍ଡ ଘଟଣାକୁ ନେଇ ବିକ୍ଷୋଭ ଚାଲିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ବାଘେଲ ଲକ୍ଷ୍ନୌରେ ପହଞ୍ଚିଥିଲେ । ପୁଲିସ୍ ତାଙ୍କୁ ଏୟାରପୋର୍ଟ ବାହାରକୁ ଯିବାକୁ ନ ଦେବାରୁ ସେ ଏହାର ପ୍ରତିବାଦରେ ଚଟାଣରେ ବସିଛନ୍ତି । ସେ ଲଖିମପୁରଖେରି ଯିବାର ନାହିଁ । କେବଳ ଲକ୍ଷ୍ନୌରେ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବାକୁ ଆସିଥିବା ପୁଲିସ୍କୁ କହିଥିଲେ । ତଥାପି ତାଙ୍କୁ ଏୟାରପୋର୍ଟର ବାହାରକୁ ଯିବା ପାଇଁ ପୁଲିସ୍ ଅନୁମତି ଦେଇନାହିଁ । ଫଳରେ ସେ ଚଟାଣାରେ ବସି ଏହାର ପ୍ରତିବାଦ କରିଛନ୍ତି ।
ଏଥିରେ ସେ କହିଛନ୍ତି ଯେ “ଧାରା ୧୪୪ ଲଖିମପୁର ଖେରିରେ ଲାଗିଛି । ଆମେ ଲଖିମପୁର ଖେରି ଯାଉନୁ । ତଥାପି ସମସ୍ୟା କ’ଣ..? କାହିଁକି ମୋତେ ରୋକା ଯାଉଛି..?” ପୁଲିସ୍ ତଥାପି ତାଙ୍କୁ ବାହାରକୁ ଛାଡ଼ି ନଥିଲା । ଲକ୍ଷ୍ନୌରେ ମଧ୍ୟ ଭିଡ଼ ବ୍ୟାନ କରାଯାଇଥିବା ପୁଲିସ୍ ତାଙ୍କୁ କହୁଥିବା ଶୁଣିବାକୁ ମିଳିଛି ।
ଏହାର ଫଟୋ ମଧ୍ୟ ନିଜେ ବାଘେଲ ଶେୟାର କରିଛନ୍ତି । ଯେଉଁଥିରେ ସେ ଚଟାଣରେ ବସିଥିବା ବେଳେ ପୁଲିସ୍ ଅଧିକାରୀମାନେ ତାଙ୍କୁ ଘେରି ରହିଥିବା ଦେଖିବାକୁ ମିଳିଛି । ୬୦ ବର୍ଷୀୟ ବାଘେଲ ଟ୍ୱିଟ କରି କହିଛନ୍ତି, “ବିନା କୌଣସି ନିର୍ଦ୍ଦେଶରେ ମୋତେ ଲକ୍ଷ୍ନୌ ଏୟାରପୋର୍ଟରେ ଅଟକ ରଖାଯାଇଛି ।” ସେ ଗୋଟିଏ ଭିଡିଓ ମଧ୍ୟ ଶେୟାର କରିଛନ୍ତି । ଯେଉଁଥିରେ ମୁଖ୍ୟମନ୍ତ୍ରୀ ବାଘେଲ ସେଠାରେ ଉପସ୍ଥିତ ଥିବା ଅଧିକାରୀଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଛି ।
No Result
View All Result