No Result
View All Result
ଏନ୍ଏସି ର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକାରେ – ଖାଇଚା ହେଲା ସରକାରୀ କାର୍ଯ୍ୟ
ଓଡ଼ିଶା ତାଜା ନ୍ୟୁଜ୍ (୦୪ ଅକ୍ଟୋବର ସୋମବାର ) ରଣପୁର :- ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଆଜିକୁ ୬ ବର୍ଷ ତଳେ ରଣପୁର ରେ ପ୍ରତିଷ୍ଠିତ ହୋଇଥିଲା ବେଳେ ବର୍ତ୍ତମାନ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ନୂତନ ଗୃହ ସେହି ପରିସର ରେ ଏବଂ ଯେଉଁଠାରେ ପୂର୍ବତନ ପଞ୍ଚାୟତ ଚାଲିଥିଲା ସେହି ଗୃହର ସାମ୍ନାରେ ନୂତନ ଗୃହର ନିର୍ମାଣ କାର୍ଯ୍ୟ ନିଶ୍ଚିତ ଭାବରେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଙ୍କ ତତ୍ୱବଧାନରେ କରାଯାଉଥିଲା । ତେବେ କାର୍ଯ୍ୟାଳୟ ପରିସର ଭିତରେ ନିର୍ମାଣ ହେଉଥିବା ନୂତନ ଗୃହର କାନ୍ଥ ଉପରେ ସ୍ଲାପ ଭୁଶୁଡି ପଡିଥିବା ଦେଖାଦେଇଛି ।

ତେବେ ଯେକୌଣସି ଛାତ ଓ ସ୍ଲାପକୁ ଅତିକମ୍ ରେ ୧୫ ଦିନ ନଚେତ ଅତିବେଶି ରେ ୨୧ ଦିନ ପର୍ଯ୍ୟନ୍ତ ସହାୟତା ଖୁଣ୍ଟ ଦ୍ୱାରା ରହିବା କଥା କିନ୍ତୁ ପରିଚାଳନାଯୁକ୍ତ ତ୍ରୁଟି ଦୃଷ୍ଟିରୁ ମାତ୍ର ତିନି ଦିନ ଭିତରେ ଏହି ସ୍ଲାପ ତଳେ ଥିବା ଓ ସହାୟତା ସହଯୋଗ କରୁଥିବା ଖୁଣ୍ଟ ମାନ କାଢ଼ି ଦେବା ପରେ ହଠାତ୍ ତାହା ଭୁଶୁଡି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଲେ ଲେବର । ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ଏପରି ପରିଣାମ ଘଟିଛି ବୋଲି ସର୍ବସାଧାରଣରେ ଆଲୋଚନା ହେଉଛି ।

ବିଜ୍ଞାପିତ ପରିଷଦରେ ଥିବା କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଙ୍କ ଦୋଷ ଦୁର୍ବଳତାକୁ କୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏଭଳି କାର୍ଯ୍ୟରେ ଯନ୍ତ୍ରୀଙ୍କ ଅପାରଗତା ଯୋଗୁଁ ଗୃହ ଭୁଶୁଡିଲା ଭଳି ପରିସ୍ଥିତି ଉପୁଜିଥିବା ଜଣା ଯାଇଛି । ” ଅଣ୍ଟି ଛୁରୀ ତଣ୍ଟି କାଟେ ” ଭଳି ଲୋକ କଥା ଅଛି ତାହା ନୁହେଁ ବରଂ ଏହିଠାରେ ତାହା ସ୍ପଷ୍ଟ ପ୍ରମାଣିତ ହେଉଛି କି , ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ରେ ବିଜ୍ଞାପିତ ପରିଷଦର ନୂତନ ଗୃହ ଭାଙ୍ଗି ଭୂଇଁ ସମାନ ହୋଇଯାଉଛି ତାହାଲେ ଜନସାଧାରଣ ହିତ ପାଇଁ ହେଉଥିବା କାର୍ଯ୍ୟ ଗୁଡିକ କେତେ ଦୂର ଠିକ୍ ସାବ୍ୟସ୍ତ ହେଉଥିବ ଏହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଉକ୍ତ ସରକାରୀ କାର୍ଯ୍ୟରେ ସମସ୍ତ ନିର୍ମାଣ କାର୍ଯ୍ୟ କୁ ତଦାରଖ କରାଯାଉ ଏବଂ ରଣପୁର ଏନ୍ଏସି ରେ ଥିବା କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଯାହାଙ୍କ ମାର୍ଗଦର୍ଶନ ରେ ଏହି କାର୍ଯ୍ୟ ହୋଇଛି ତାଙ୍କ ବିରୁଦ୍ଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏତଦବ୍ୟତୀତ ଆଗାମୀ ଦିନରେ ରଣପୁର ରେ ନିର୍ମାଣଧୀନ କୌଣସି କାର୍ଯ୍ୟ ବିଶେଷ କରି ଏହି ଭଳି ବ୍ୟବସ୍ଥା ର ସମ୍ମୁଖୀନ ନହେଉ ବୋଲି ଜନ ସାଧାରଣ ରେ ଦାବି ହୋଇଥିବା ଜଣାଯାଇଛି ।

ଏଣୁ ରଣପୁର ର ଜନସାଧାରଣ ମତବ୍ୟକ୍ତ କରୁଛନ୍ତି କି , ଯଦି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କାର୍ଯ୍ୟଳୟ ପରିସର ଭିତରେ ସରକାରୀ କାର୍ଯ୍ୟର ତଦାରଖ ଦାୟିତ୍ବ ଠିକ ଭାବରେ ପରିଚାଳନା କରି ପାରୁନାହାଁନ୍ତି ତେବେ ରଣପୁର ଅଞ୍ଚଳରେ ହେଉଥିବା କାର୍ଯ୍ୟଗୁଡିକୁ କେଉଁ ଭଳି ଭାବରେ ସେ ତଦାରଖ କରୁଥିବେ ଏହା ପ୍ରମାଣ ସାପେକ୍ଷ । ଅନ୍ୟ ପକ୍ଷେ ଉକ୍ତ ଯନ୍ତ୍ରୀ ଙ୍କ ଠାରୁ ସରକାରୀ କ୍ଷୟ କ୍ଷତି ଭରଣା କରାଯିବା ପାଇଁ ସାଧାରଣରେ ମଧ୍ୟ ଦାବି ହେଉଛି ।

No Result
View All Result