No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୦୪ ଅକ୍ଟୋବର ସୋମବାର ) ନୟାଗଡ :- ଅକ୍ଟୋବର ୩ତାରିଖରେ ଉତରପ୍ରଦେଶ ଲଷ୍ମୀପୁରର ଖେରି ଅଂଚଳରେ କେନ୍ଦ୍ର ମନ୍ତ୍ରୀ ତଥା ଉତ୍ତର ପ୍ରଦେଶ ର ସାଂସଦ ଅଜୟ ମିଶ୍ରଙ୍କ ପୁଅ ଓ ତାର ଗୁଣ୍ଡା ବାହିନୀ ଗାଡି ଚଢେଇ ଯେଭଳି ୬ଜଣ କୃଷକଙ୍କୁ ନିର୍ମମ ଭାବେ ହତ୍ବା କରିଛନ୍ତି ଓ ଆନ୍ଦୋଳନ କାରୀ ଚାଷୀମାନଙ୍କ ଉପରେ ଯେଉଁ ଭଳି ବର୍ବର ଆକ୍ରମଣ କରିଛନ୍ତି ତାର ପ୍ରତିବାଦରେ ଆଜି ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସି ସମ୍ମୁଖରେ ସାଥୀ ଗୋଲକ ବିହାରୀ ମୁଦୁଲିଙ୍କ ସଭାପତିତ୍ୱରେ ଚାଷୀ ଓ ଶ୍ରମିକ ମାନଙ୍କ ତରଫରୁ ୨ଘଣ୍ଟା ପର୍ଯ୍ୟନ୍ତ ପ୍ରତିବାଦ ଓ ଗଣ ଧାରଣା ଅନୁଷ୍ଠିତ ହୋଇ ଯାଇଛି ।

ଏହି ପ୍ରତିବାଦ ଗଣଧାରଣା ରେ ସଂଯୁକ୍ତ କିଷାନ ମୋର୍ଚ୍ଚା ର ନେତୃତ୍ୱ ମାନେ ବକ୍ତବ୍ୟ ଦେଇ ବି ଜେ ପି ନେତୃତ୍ବାଧୀନ ଯୋଗୀ ଆଦିତ୍ୟ ନାଥ ସରକାରର ଚାଷୀ ହତ୍ୟାକାରୀ ନୀତିକୁ ତିବ୍ର ସମାଲୋଚନା କରିବା ସହ ହତ୍ବାକାରୀ ଯୋଗୀ ଆଦିତ୍ୟ ନାଥ,ସାଂସଦ ଅଜୟ ମିଶ୍ର, ଓ ତାଙ୍କର ସମସ୍ତ ଗୁଣ୍ଡା ବାହିନୀ ବିରୁଦ୍ଧରେ ହତ୍ବା ମୋକଦ୍ଦମା ତୁରନ୍ତ ରୁଜୁ କରି ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦେବାକୁ ଦାବୀ କଟିଥିଲେ ଏବଂ ଚାଷୀ ଚାଷ ସର୍ବନାଶ କାରୀ ତିନି କଳା କୃଷି ଆଇନ ତୁରନ୍ତ ବାତିଲି କରିବାକୁ ମଧ୍ୟ ଦାବୀ କରି ଯୋଗୀ ଆଦିତ୍ୟ ନାଥଙ୍କ କୁସ ପୁତଳିକା ଦାହ କରିଥିଲେ ।

ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରଥିଲେ । ଏହି ଗଣଧାରଣାରେ ସଂଯୁକ୍ତ କିଷାନ ମୋର୍ଚ୍ଚା ର ବିଶ୍ୱନାଥ ମହାପାତ୍ର, କୃଷ୍ଣ ଚନ୍ଦ୍ର ମହାପାତ୍ର, ବିମଳ ଦାସ,ହରିଶ୍ଚନ୍ଦ୍ର ମିଶ୍ର,ସୁରେଶ ସ୍ବାଇଁ,ପବିତ୍ର ଇନ୍ଦ୍ରଜିତ,ଦୁଃଶାସନ ଜେନା ,ଜ୍ୟୋତିପ୍ରଭା ଜେନା,ଗଦାଧର ପ୍ରଧାନ,ସୁଶୀଲ ମହାନ୍ତି ,ଆଲୋକ ପ୍ରଧାନ ଓ କୁଳମଣି ପଲେଇ ପ୍ରମୁଖ ବକ୍ତବ୍ୟ ଦେଇ ଥିଲେ । ଉକ୍ତ ଖବରଟି ର ପ୍ରକାଶନ ଓ ପ୍ରସାରଣ ପାଇଁ ନିବେଦନ । (ବିଶ୍ଵନାଥ ମହାପାତ୍ର, ସଂଯୁକ୍ତ କିଷାନ ମୋର୍ଚ୍ଚା ,ନୟାଗଡ଼)

No Result
View All Result