ଓଡ଼ିଶା ତାଜା ନ୍ୟୁଜ୍ (୦୩ ଅକ୍ଟୋବର ରବିବାର ) ବାଲିଗୁଡ଼ା :- କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନର ଜୈନକ ମୁସଲମାନ ଯୁବକ ହିନ୍ଦୁ ଦେବାଦବୀଙ୍କୁ ନେଇ ସୋସିଆଲ ମିଡିଆରେ ଅଶ୍ଳୀଳ ମନ୍ତବ୍ୟ ପୋଷ୍ଟ କୁ ନେଇ ଚାପା ଉତ୍ତେଜନା ଦେଖାଯିବା ସହ ଉକ୍ତ ଯୁବକ କୁ ତୁରନ୍ତ ଗିରଫ କରିବା ସହ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବୀରେ କନ୍ଧମାଳ ହିନ୍ଦୁ ସଙ୍ଗଠନ ପକ୍ଷରୁ ସମଗ୍ର ସହର ରେ ପିକେଟିଂ କରି ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଛି । ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ପୂର୍ଣ୍ଣ ସମର୍ଥନ ଥିବା ଯୋଗୁଁ ଏହା ଉଗ୍ର ରୂପ ନେବା ଆଶଙ୍କା କରାଯାଉଅଛି ।
















