No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୦୨ ଅକ୍ଟୋବର ଶନିବାର) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦରମହକୁମା ରେ ଥିବା ନୂଆଗାଁ ପଞ୍ଚାୟତ ର ନୂଆଗାଁ, ଆମ୍ବଝରି,ନୂଆସାହି,ଗଦାଧର ପୁର, ଉଠାଣି ସାହି, ପୋଖରୀ ସାହି, ମୁଦୁରାଙ୍ଗ ଆଦି ଗ୍ରାମରେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ପ୍ରତି ଲୋକମାନଙ୍କ ପାଖକୁ ଯାଇ ମାସ୍କ ବଣ୍ଟନ କରିଛନ୍ତି । ତତ୍ ସହିତ ଲୋକମାନଙ୍କ ବିଭିନ୍ନ ସମସ୍ୟା ଵୁଝିଛନ୍ତି । ମାସ୍କ୍ ବଣ୍ଟନ କରିବା ସମୟରେ ଦଶପଲ୍ଲା ବିଧାୟକ ଙ୍କ ସହିତ ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ୍,ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା,ଆତ୍ମା ଅଧ୍ୟକ୍ଷ ତଥା ଯୁବ ବିଜେଡ଼ି ସଂଗଠକ ସଞ୍ଜୟ କୁମାର ସାହୁ,ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ଗୋଲଖ ବିହାରୀ ଗୋଚ୍ଛାୟତ,ବ୍ଲକ୍ ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ା,

ବ୍ଲକ୍ ବିଜେଡ଼ି ଉପ ସଭାପତି ମୁରଲୀ ଧର ଜେନା, ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ,ଅବସର ପ୍ରାପ୍ତ ଶିକ୍ଷକ ଦେବରାଜ ଖଣ୍ଡୁଆଳ,ବ୍ଲକ୍ ବିଜେଡ଼ି ଯୁବ ସମ୍ପାଦକ ସୁଧୀର ପ୍ରଧାନ,ପଞ୍ଚାୟତ ବିଜେଡ଼ି ସଭାପତି ପ୍ରକାଶ ନାୟକ,ପୂର୍ବତନ ନାଏବ ସରପଞ୍ଚ ପ୍ରକାଶ ପ୍ରଧାନ,ଯୁବ ନେତା ଜିତେନ୍ଦ୍ର ସାହୁ,ଦାଶରଥି ପ୍ରଧାନ ଙ୍କ ସହିତ ବହୁ ବରିଷ୍ଠ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ।ବିଧାୟକ ଙ୍କ ଏଭଳି ଲୋକାଭିମୁଖୀ କାର୍ଯ୍ୟ ଯୋଗୁଁ ପ୍ରତି ଲୋକମାନଙ୍କ ପ୍ରିୟ ହୋଇପାରିଛନ୍ତି ଦଶପଲ୍ଲା ବିଧାୟକ । ଏପରିକି ଆଗାମୀ ପଞ୍ଚାୟତ ନିର୍ବାଚନ ରେ ବିଧାୟକ ଙ୍କ ସମର୍ଥିତ ପ୍ରାର୍ଥୀ ଙ୍କୁ ବିଜୟୀ କରିବା ନେଇ ଲୋକମାନେ କଥାବାର୍ତ୍ତା ହେଉଥିବା ଶୁଣିବାକୁ ମିଳୁଛି ।

No Result
View All Result