No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୩୦ ସେପ୍ଟେମ୍ୱର ଗୁରୁବାର ) ନୟାଗଡ଼ :- ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁନେଇ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୟାଗଡ଼ ଜିଲ୍ଲାର ୫୫ ଜଣ ୧୦୮ କର୍ମଚାରୀମାନେ ଯୋଗଦେଇଛନ୍ତି । ଉକ୍ତ ବୈଠକରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ କିପରି ସୁରକ୍ଷିତ ଭାବରେ ଏବଂ ଟ୍ରାଫିକ ନିୟମ ମାନି ଗାଡ଼ି ଚଲାଇବେ, ରୋଗୀ ମାନଙ୍କୁ ସଠିକ୍ ସମୟରେ ଡ଼ାକ୍ତରଖାନାରେ ପହଂଚାଇପାରିବେ ସେଥି ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିକିତ୍ସା ହେଲଥ କେୟାର ଲିମିଟେଡ଼ର ହେଡ଼ ଅଫ ଗଭମେଂଟ ବିଜନେସ୍, ଶ୍ରୀ ଚନ୍ଦନ , ଓଡ଼ିଶା ରାଜ୍ୟ ମୁଖ୍ୟ, ଶ୍ରୀଯୁକ୍ତ ସବ୍ୟସାଚ୍ଚୀ ବିଶ୍ୱାଳ, ମାନବ ସମ୍ବଳ ବିକାଶ ମୁଖ୍ୟ, ଶ୍ରୀ ଦୀପକ ଶ୍ରୀବାସ୍ତବ, ଅପରେସନ ହେଡ଼୍, ଶ୍ରୀ ରାଜୀବ ଦାଶ, ଅପରେସନ ମ୍ୟାନେଜର, ଶ୍ରୀ ଦେବାଶିଷ ନରେନ୍ଦ୍ର,

ଆସିଷ୍ଟାଂଟ ଅପରେସନ ମ୍ୟାନେଜର, ଶ୍ରୀ ଜ୍ଞାନରଂଜନ ମହାପାତ୍ର, ଆସିଷ୍ଟାଂଟ ନାନ୍ସ ମ୍ୟାନେଜର, ଶ୍ରୀ ବିଭୂତି ଦାଶ ଏବଂ କ୍ଲଷ୍ଟର ଲିଡ଼ର ଶ୍ରୀ ସୁଷାନ୍ତ କୁମାର ସଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ବୈଠକରେ ଶ୍ରୀ ଦତା ୧୦୮ ଆମ୍ବୁଲାନ୍ସର ସୁପରିଚାଳନା ଏବଂ ସେବା ପ୍ରତି ପ୍ରତିବଦ୍ଧତା ଉପରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ଉପସ୍ଥିତଥିବା କର୍ମଚାରୀ ମାନଙ୍କ ମଧ୍ୟୁ ପାଇଲଟ, ଶ୍ରୀ ଚିତରଂଜନ ଦାଶ, ଇ.ଏମ.ଟି, ଶ୍ରୀ ସିଲୁ ସାହୁ ଏବଂ ଶ୍ରୀ ପ୍ରସାଦ ରଂଜନ ଫତେସିଂ ଏବଂ ଆଟେଣ୍ଡାଟ, ମନୋଜ କୁମାର ଜାନୀଙ୍କୁ ତାଙ୍କର ଉକ୍ତୃଷ୍ଟ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଥିଲା । ଏହା ସହିତ କୌଣସିବି ଗରିବ ତଥା ଅଧ୍ୟୁଷିତ ଅଂଚଳର ରୋଗୀ ଯେପରି ୧୦୮ ଆମ୍ବୁଲାନ୍ସ ସେବାରୁ ବଂଚିତ ନହୁଏ ସେଥିପ୍ରତି ମଧ୍ୟ କର୍ମଚାରୀ ମାନଙ୍କୁ ଦୃଷ୍ଟି ଦେବାକୁ ପ୍ରଶିକ୍ଷଣ ଦିଆଯାଇଛି ।
No Result
View All Result