କଟକ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- କଟକ ବୟାଳିଶ ମୌଜା ଅନ୍ତର୍ଗତ ଝାରକଟା ଉପ୍ରା ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଜିତେନ କୁମାର ଦାଶ ସଭାପତିତ୍ବରେ ବିଦ୍ୟାର୍ଥୀ ଅଭିନନ୍ଦନ ସମାରୋହ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପିକା ମୀରା ବେଉରା ସମ୍ମାନିତ ଅତିଥି ଭାବେ ସିଆରସିସି ଆରତ ଭଞ୍ଜନ ସାହୁ ବିଦ୍ୟାଳୟ ଅଧ୍ୟକ୍ଷା ହରପ୍ରିୟା ଗୌର ସଫଳା ଦାସ ମୁଖ୍ୟବକ୍ତା ଭାବେ ବ୍ୟଙ୍ଗକାର ଲଷ୍ମୀଛଡା ଯୋଗ ଦେଇ ଶିକ୍ଷା ସମାଜର ପ୍ରଗତିର ବାର୍ତ୍ତାବହ ଏବଂ ଆଜିର ଛାତ୍ରଛାତ୍ରୀ ଏହି ପ୍ରଗତିର ବାହକ ବୋଲି ମତ ବ୍ୟକ୍ତ କରିବା ସହ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରି ଥିଲେ l
















