No Result
View All Result
ଆଷ୍ଟର ସିଏମଆଇ ଡାକ୍ତରଗଣ ସଫଳତାର ସହିତ ଏହି ଜଟିଳ ଅସ୍ତ୍ରୋପଚାର ସଂପାଦନ କରିଥିଲେ – ଟ୍ୟୁମରରୁ ମୁକ୍ତି ପାଇବାକୁ ରୋଗୀଙ୍କ ଠାରେ ଛଅମାସରୁ ଅଧିକ ସମୟ ମଧ୍ୟରେ ୧୬ ଥର ଅସ୍ତ୍ରୋପଚାର କରାଯାଇଥିଲ

ଓଡ଼ିଶା ତାଜା ନ୍ୟୁଜ୍ ( ୩୦ ସେପ୍ଟେମ୍ୱର ଗୁରୁବାର ) ଭୁବନେଶ୍ୱର :- ମୁହଁରେ ୮ କିଲୋଗ୍ରାମରୁ ଅଧିକ ଓଜନର ଟ୍ୟୁମରକୁ ନେଇ ଦୀର୍ଘ ୧୭ ବର୍ଷ ହେଲା ଯନ୍ତ୍ରଣାସିକ୍ତ ଜୀବନ ବଞ୍ଚୁଥିବା ଓଡ଼ିଶାର ଟିଟିଲାଗଡ ବାସିନ୍ଦା ୩୧ ବର୍ଷ ବୟସ୍କ ମନବୋଧ ବାଗ୍ଙ୍କୁ ଶେଷରେ ଏଥିରୁ ମୁକ୍ତି ମିଳିଛି । ଏଭଳି ଏକ ବିରଳ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସ୍ୱାଭାବିକ ଜୀବନ ନିର୍ବାହ କରିବା ତାଙ୍କ ପାଇଁ ଆଦୌ ସହଜ ନଥିଲା । ପିଲାଦିନୁ ସେ ପ୍ଲେକ୍ସିଫର୍ମ ନ୍ୟୁୋରାଫାଇବ୍ରୋମ ନାମରେ ଏକ ବିରଳ ସ୍ୱାସ୍ଥ୍ୟ ସଙ୍କଟରେ ଆକ୍ରାନ୍ତ ହୋଇଥିଲେ । ଏହି କାରଣରୁ ବୟସ ବଢିବା ସହିତ ମୁହଁରେ ଟ୍ୟୁମର ଆକାର ବଢିବାରେ ଲାଗିଥିଲା । ଏହାକୁ ନେଇ ସେ ସର୍ବସାଧାରଣରେ ଅନେକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଉଥିଲେ ।
ଏହାର କିଛି ଅଂଶକୁ କାଟି ଛୋଟ କରିବାକୁ ପୂର୍ବରୁ ସେ ଅନେକ ଡାକ୍ତରଖାନା ଯାଇଥିଲେ । କିନ୍ତୁ ଏହା କରାଗଲେ ତାଙ୍କ ଜୀବନ ପ୍ରତି ବିପଦ ଥିବା କାରଣ ଦର୍ଶାଇ କେହି ଅସ୍ତ୍ରୋପଚାର କରିବାକୁ ରାଜି ହୋଇନଥିଲେ । ଓଡ଼ିଶାର ଏକ ବୃହତ ହସପିଟାଲରେ ତାଙ୍କର ଏଭଳି ଶାରୀରିକ ଅବସ୍ଥା ସମ୍ପର୍କରେ ସମୀକ୍ଷା କରାଯିବା ପରେ ଅସ୍ତ୍ରୋପଚାର ପାଇଁ ପଦକ୍ଷେପ ନିଆଯାଇଥିଲା । କିନ୍ତୁ ଶେଷରେ ସେଠାରୁ ଅନିୟନ୍ତ୍ରିତ ଭାବରେ ରକ୍ତ କ୍ଷରଣ ହେବାରୁ ଅସ୍ତ୍ରୋପଚାରକୁ ବନ୍ଦ ରଖାଯାଇଥିଲା । ପରିସ୍ଥିତି ଏଭଳି ହେଲା ଯେ ମନବୋଧ ଏହି ସମସ୍ୟାରୁ କୌଣସିମତେ ମୁକ୍ତି ପାଇବାକୁ ଚାହିଁଲେ ।
ନ୍ୟୁଜଲାୟନ୍ସ ମିଡିଆ ନେଟୱର୍କ ପ୍ରାଇଭେଟ ଲିମିଟେଡରେ ଥିବା ତାଙ୍କର ଅଳ୍ପକିଛି ଶୁଭେଚ୍ଛୁ ମିଲାପ ସହିତ ମିଶି ଭିଡରୁ ପାଣ୍ଠି ସଂଗ୍ରହ ଜରିଆରେ ତାଙ୍କ ପାଇଁ ଅର୍ଥ ଯୋଗାଡ କରି ତାଙ୍କର ଏଭଳି ଜୀବନ ରୂପାନ୍ତରଣକାରୀ ଅସ୍ତ୍ରୋପଚାର ପଦ୍ଧତିକୁ ସୁଗମ କରିଥିଲେ । ଏହାପରେ ସେ ବାଙ୍ଗାଲୋରସ୍ଥିତ ଆଷ୍ଟର ସିଏମଆଇ ହସପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ ଯେଉଁଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅତି ଯତ୍ନର ସହିତ ଅନୁଧ୍ୟାନ କରାଯାଇଥିଲା ଏବଂ ତାହାପରେ ତାଙ୍କର ଚିକିତ୍ସା ପାଇଁ ହସପିଟାଲ କର୍ତ୍ତୃପକ୍ଷ ରାଜି ହୋଇଥିଳେ । ସେଠାରେ ଛଅମାସରୁ ଅଧିକ ସମୟ ମଧ୍ୟରେ ମନବୋଧଙ୍କ ଠାରେ ୧୬ ଥର ଅସ୍ତ୍ରୋପଚାର କରାଯାଇଥିଲା । ଆଷ୍ଟର ସିଏମଆଇର ଏକ ଡାକ୍ତରୀଦଳ ତାଙ୍କର ଚିକିତ୍ସାରେ ନିୟୋଜିତ ହୋଇଥିଲେ ।
ସେମାନଙ୍କ ମଧ୍ୟରେ ନ୍ୟୁରୋସର୍ଜରୀ, ପ୍ଲାଷ୍ଟିକ ସର୍ଜରୀ, ଅଙ୍କୋଲୋଜି, ଇଏନଟି, ନ୍ୟୁରୋଆନେସଥେସିଆ ଏବଂ ଅପଥାଲମୋଲୋଜି ଆଦି ବିଭାଗରୁ ଡା.ରବି ଗୋପାଳ ବର୍ମା, ଲିଡ କନସଲଟା’ନ୍ୟୁରୋସର୍ଜରୀ ଆଣ୍ଡ ଚିଫ ଅଫ ନ୍ୟୁରୋସାଇନ୍ସେସ, ଡା. ମଧୁସୂଦନ ଜି, ଲିଡ ଆଣ୍ଡ ସିନିୟର କନସଲଟା’ପ୍ଲାଷ୍ଟିକ ସର୍ଜରୀ, ଡା.ସତୀଶ ଏମ ଏସ ବଶିଷ୍ଟ, କନସଲଟା’ କ୍ରାନିଓମାକ୍ସିଲୋଫେସିଆଲ ସର୍ଜରୀ, ଡା.ରବିନ୍ଦ୍ର ବଟ୍ଟୁ, ସିନିୟର କନସଲଟା’ ଅପଥାଲମୋଲୋଜି, ଡା.ରାଘବେନ୍ଦ୍ର ପାଇ କେ, ଲିଡ କନସଲଟା’ନ୍ୟୁରୋଆନେସଥେସିଆ, ଡା.ଗିରିଶ ଜି, କନସଲଟା’-ସର୍ଜିକାଲ ଅଙ୍କୋଲୋଜି, ଡା.ସନ୍ତୋଷ ଏନ ୟୁ, କନସଲଟା’ ନ୍ୟୁରୋସର୍ଜରୀ ଆଣ୍ଡ ଏଣ୍ଡୋଭାସ୍କୁଲାର ନ୍ୟୁରୋସର୍ଜରୀ ଏବଂ ଡା.ନିର୍ମଳା ଏସ, କନସଲଟା’ ନ୍ୟୁରୋସର୍ଜରୀ ପ୍ରମୁଖ ସାମିଲ ହେବା ସହିତ ଅନ୍ୟ ଡାକ୍ତର ଓ ସର୍ଜନମାନେ ରହିଥିଲେ ।
ମୁହଁର ଡାହାଣ ପାଶ୍ୱର୍ରେ ଟ୍ୟୁମରଟି ରହିଥିଲା । ଏହାକୁ ଅସ୍ତ୍ରୋପଚାର ଜରିଆରେ କାଢିବା ଅତ୍ୟନ୍ତ ଜଟିଳ ଏବଂ ବିପଜ୍ଜନକ ଥିଲା ବୋଲି ମନବୋଧଙ୍କ ଅସ୍ତ୍ରୋପଚାର ସହିତ ସଂପୃକ୍ତ ଥିବା ଡା.ରବି ଗୋପାଳ ବର୍ମା, ଲିଡ କନସଲଟା’ନ୍ୟୁରୋସର୍ଜରୀ ଆଣ୍ଡ ଚିଫ୍ ଅଫ ନ୍ୟୁରୋସାଇନ୍ସେସ, ଆଷ୍ଟର ସିଏମଆଇ ହସପିଟାଲ କହିଛନ୍ତି । ହସପିଟାଲର ଅତି କୁଶଳୀ ଡାକ୍ତରୀ ଦଳ ବହୁ ଉଦ୍ୟମ କରି ଶେଷରେ ଟ୍ୟୁମରକୁ ବାହାର କରିବା ସହିତ ମୁଖମଣ୍ଡଳରେ ଥିବା ଅସ୍ଥିକୁ ପୁନର୍ବାର ତାହାର ପୂର୍ବ ସ୍ଥାନରେ ରଖିପାରିଛନ୍ତି । ଡା ସତୀଶ ଏମ ବଶିଷ୍ଟ, କନସଲଟା’କ୍ରାନିଓମାକ୍ସିଲୋଫେସିଆଲ ସର୍ଜରୀ, ଆଷ୍ଟର ସିଏମଆଇ ହସପିଟାଲ କହିଛନ୍ତି, ଟ୍ୟୁମର ରୋଗୀଙ୍କର କପାଳର କିଛିଅଂଶ, ଅର୍ବିଟ, ମାକ୍ସିଲା, ଜାଇଗୋମା ଏବଂ ତଳପଟ ମାଢିର ପ୍ରାୟ ଅର୍ଦ୍ଧେକ ଅଂଶକୁ ବ୍ୟାପି ରହିଥିଲା । ତେବେ ଅଭିଜ୍ଞ ଓ ଉଚ୍ଚ କୁଶଳୀ ଡାକ୍ତରୀ ଦଳଙ୍କ ଉଦ୍ୟମ ଯୋଗୁଁ ଅସ୍ତ୍ରୋପଚାର ସଫଳ ହୋଇଛି । ଏହାକୁ ନେଇ ମନବୋଧ ମଧ୍ୟ ଖୁବ ଖୁସି ଅଛନ୍ତି ଏବଂ ନିଜ ଘରକୁ ଫେରି ଆସିଥିବା ମନବୋଧ ଏଣିକି ସ୍ୱାଭାବିକ ଜୀବନ ବଞ୍ଚିପାରିବେ ବୋଲି କହିଛନ୍ତି ।
No Result
View All Result