No Result
View All Result
୧୫ ଦିନ ମଧ୍ଯରେ ଯଦି ଉକ୍ତ ରାସ୍ତାକୁ ପୁଣି ନବନିର୍ମିତ ନ କରାଯାଏ, ତେବେ ଡାଇମଣ୍ଡ କ୍ଳବ ତରଫରୁ ସମସ୍ତ ସଦସ୍ଯ ବାଧ୍ଯ ହୋଇ ଧାରଣା ଦେବେ
ଓଡ଼ିଶା ତାଜା ନ୍ୟୁଜ୍ ( ୩୦ ସେପ୍ଟେମ୍ୱର ଗୁରୁବାର ) ଓଡଗାଁ :- ଓଡ଼ଗାଁ ବ୍ଳକ ଅନ୍ତର୍ଗତ କୁରାଳ ଦେଓଗାଁ ଠାରୁ କୁରୁମବାଙ୍କତରା ପର୍ଯ୍ୟନ୍ତ ୯ ମାସ ତଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ପିଚୁ ପକାରାସ୍ତା ଆର୍ .ଡି ର ନିର୍ବାହୀ ଯନ୍ତ୍ରୀ ଙ୍କ ଦ୍ଵାରା ନିର୍ମାଣ ହୋଇଥିଲା । ଯନ୍ତ୍ରୀ ଙ୍କ ଦ୍ୱାରା ନିର୍ମାଣଧିନ ନିମ୍ନମାନର ରାସ୍ତା କୁ ପୁନଃର୍ବାର ନୂତନ ଭାବେ ନିର୍ମାଣ କରିବା ପାଇଁ ଦେଓଗାଁ ଡାଇମଣ୍ଡ କ୍ଳବ ତରଫରୁ ନୟାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ର ନିର୍ବାହୀ ଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଆର୍ .ଡି ର ନିର୍ବାହୀ ଯନ୍ତ୍ରୀଙ୍କର ଉନ୍ନତମାନର କାର୍ଯ୍ୟ ରେ ଖଇଚା , ୯ ମାସ ତଳେ ନୂତନ ଭାବେ ନିର୍ମାଣ ହୋଇଥିବା ରାସ୍ତା ଫାଟି ଆଁ କଲାଣି । ଲୋକଙ୍କ ଯାତାୟାତରେ ବାଧା ସାଜିଲାଣି ।

ତେବେ କଥାରେ ଅଛି -” ବିଲେଇ ଆଖି ବୁଜିବୁଜି କ୍ଷୀର ପିଉଛି ନା ମାଲିକିଆଣି ଆଗେ ଭଲେଇ ହଉଛି ” ସେହିପରି ନିର୍ବାହୀ ଯନ୍ତ୍ରୀ ଆଖି ବୁଜି ବୁଜି ଠକି ଥିଲେ ଲୋକଙ୍କୁ ହେଲେ ଲୋକଙ୍କ ଆଗରେ ମହାନ ଦେଖେଇ ହେଉଥିବା ଆର୍ .ଡି ନିର୍ବାହୀ ଯନ୍ତ୍ରୀଙ୍କ ଠକାମି ଏବେ ପଦାରେ ପଡିଛି । ଏଠାରେ ସୂଚନାଥାଉକି, ଗତ ୯ ମାସ ତଳେ କୁରାଳ ରୁ କୁରୁମବାଙ୍କତରା ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ନିର୍ବାହୀ ଯନ୍ତ୍ରୀ ଓ ଠିକାଦାର ଙ୍କ ଦ୍ଵାରା ତିଆରି ହୋଇଥିଲା । କିନ୍ତୁ କାମ ହବାର ମାତ୍ର ୯ ମାସ ଭିତରେ ରାସ୍ତାରୁ ପିଚୁ ଉଠି ମାଟି ରାସ୍ତାରେ ପରିଣତ ହେବା ଏକ ନିମ୍ନ ମାନର କାର୍ଯ୍ୟର ପ୍ରମାଣ ଦେଉଥିବା ବେଳେ ଏଠାରେ ଆର୍ .ଡି କର୍ତ୍ତୃପକ୍ଷ ଙ୍କ ଅପାରଗତା କୁ ଦୃଷ୍ଟି ନିକ୍ଷେପ କରୁଛି ।
ତେଣୁ ଏହି ଦରଖଣ୍ଡିଆ ପିଚୁ ରାସ୍ତା କୁ ପୁଣି ନୂତନ ଭାବେ ନିର୍ମାଣ ଦାବିରେ ଆଜି ଦେଓଗାଁ ଡାଇମଣ୍ଡ କ୍ଳବ ତରଫରୁ ନିର୍ବାହୀ ଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଅନ୍ୟ ପକ୍ଷରେ ଏନେଇ ଡାଇମଣ୍ଡ କ୍ଳବ ସଭାପତି ବିଭୂତି ରାଉତଙ୍କୁ ପଚାରିବାରେ ଆଗାମୀ ୧୫ ଦିନ ମଧ୍ଯରେ ଯଦି ଉକ୍ତ ରାସ୍ତାକୁ ପୁଣି ନବନିର୍ମିତ ନ କରାଯାଏ, ତେବେ ଡାଇମଣ୍ଡ କ୍ଳବ ତରଫରୁ ସମସ୍ତ ସଦସ୍ଯ ବାଧ୍ଯ ହୋଇ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result