No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୯ ସେପ୍ଟେମ୍ବର ବୁଧବାର) ବରଗଡ଼ :- ଅତାବିରା ଏନ୍ ଏସି ଏବିଭିପି ନଗର ଶାଖା ତରଫରୁ ନଗର ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ଅଚ୍ୟୁତ କୁମାର ମାଝୀ ମଞ୍ଚ ପରିଚାଳନା କରିଥିଲେ । ସଭା ରେ ମୁଖ୍ୟ ଅତିଥି ଭାବେ ଏବିଭିପି ଓଡ଼ିଶା ରାଜ୍ୟ ସହ ସମ୍ପାଦିକା ଯାଜ୍ଞସେନି ମହାପାତ୍ର,ସମ୍ମାନିତ ଅତିଥି ଭାବେ ବରଗଡ଼ ନଗର ଛାତ୍ରୀ ପ୍ରମୁଖ ଅନୁପମା ସେଠ ଓ ଅତାବିରା ନଗର ଉପସଭାପତି ବିଜୟ ପ୍ରଧାନ ଏବଂ ମୁଖ୍ୟ ବକ୍ତା ଭାବେ ଏବିଭିପି ସମ୍ବଲପୁର ବିଭାଗ ସଂଗଠନ ସମ୍ପାଦକ ନିକୁଞ୍ଜ ବିହାରୀ ପଣ୍ଡା ଉପସ୍ଥିତ ରହି ନୂତନ କାର୍ଯ୍ୟକାରିଣୀ ସଦସ୍ୟ ଚୟନ କରିଥିଲେ ।
ରାମକୃଷ୍ଣ ସାହୁ ଙ୍କୁ ନଗର ସଭାପତି ଭାବେ ଦାୟିତ୍ଵ ଦେବା ସହ ବିଜୟ ପ୍ରଧାନ ନଗର ଉପସଭାପତିର ଦାୟିତ୍ଵ ପ୍ରଦାନ କରାଯାଇଥିଲା । ସେହିପରି ନୂତନ ଭାବେ ନଗର ସମ୍ପାଦକ କାର୍ତ୍ତୀକ ବେହେରା,ନଗର ସହ ସମ୍ପାଦକ ହୃଷୀକେଶ ରଥ,ନଗର ଗଣମାଧ୍ୟମ ସଂଯୋଜକ ପ୍ରୀୟଦତ୍ତ ସ୍ୱାଇଁ,ଏସ ଏଫ୍ ଡି ପ୍ରମୁଖ ଆଶୁତୋଷ ବିଶ୍ଵାଲ,ଏସ ଏଫ୍ ଏସ ପ୍ରମୁଖ ସୁଶାନ୍ତ ବାଗ,ପବ୍ଲିକ ରେଲେସନ୍ ସଂଯୋଜକ ଅଶୋକ ଭୋଇ , ଜନଜାତି ପ୍ରମୁଖ ସଞ୍ଜୟ ବିଶ୍ଵାଲ,ରାଷ୍ଟ୍ରୀୟ କଳାମଞ୍ଚ ପ୍ରମୁଖ ଶାଲିନୀ ସ୍ୱାଇଁ,ଷ୍ଟଡି ସାର୍କିଲ ପ୍ରମୁଖ ରୋଷନ ପଧାନ ଓ ଛାତ୍ର ସନ୍ଦେଶ ପ୍ରମୁଖ ଭାବେ ଅମର ସାହାନୀ ଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଥିଲା ।
No Result
View All Result