ବାଲିଗୁଡ଼ା (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଲଗାଣ ବର୍ଷାରେ ଭୁଶୁଡ଼ି ପଡ଼ିଛି ସିଙ୍ଗମିଲା ଗାଁକୁ ସଂଯୋଗ କରୁଥିବା ଛୋଟ ପୋଲ। ଫଳରେ ବାହ୍ୟ ଜଗତ ସହ ଯୋଗାଯୋଗରୁ ବିଚ୍ଛିନ୍ନ ହୋଇ ପଡ଼ିଛନ୍ତି ବାଲିଗୁଡ଼ା ବ୍ଲକ୍ ବାଟାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ସିଙ୍ଗମିଲା ଗ୍ରାମବାସୀ । ପୋଲ ଭାଙ୍ଗିଯିବା ପରେ ଗ୍ରାମବାସୀଙ୍କ ଦୈନନ୍ଦିନ ଯାତାୟାତ ସହ ଛାତ୍ରଛାତ୍ରୀଙ୍କ ସ୍କୁଲ, ହାଇସ୍କୁଲ ଓ କଲେଜ ଯିବା ଏବଂ ରୋଗୀଙ୍କୁ ଚିକିତ୍ସାଳୟ ନେବା ମଧ୍ୟ କଷ୍ଟକର ହୋଇପଡ଼ିଛି । ଗ୍ରାମବାସୀଙ୍କ କହିବାନୁଯାୟୀ, ପୋଲଟି କିଛି ବର୍ଷ ପୂର୍ବେ ନିର୍ମାଣ ହୋଇଥିଲା ।
















