No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୭ ସେପ୍ଟେମ୍ୱର ସୋମବାର) ବରଗଡ଼ :- ଜାତୀୟ ସଂଯୁକ୍ତ କୃଷକ ମୋର୍ଚ୍ଚା ଆହ୍ବାନକ୍ରମେ କେନ୍ଦ୍ର ସରକାରଙ୍କ ୩ ନୂଆ କୃଷି ଆଇନ ବିରୋଧରେ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ଆଜି ବରଗଡ଼ର ବିଭିନ୍ନ ସଂଗଠନ ଓ ଦଳ ପକ୍ଷରୁ ସଫଳ କରାଯାଇଛି। ଆଜି ସକାଳୁ ବରଗଡ଼ ସଦର ମହକୁମା ସମେତ ବରପାଲି, ଅତାବିରା, ସୋହେଲା, ଭଟଲି, ପଦ୍ମପୁର, ଭେଡେନ, ବିଜେପୁର, ପାଇକମାଳ, ଝାରବନ୍ଧ, ଗାଇସିଲେଟ ରେ ମଧ୍ୟ ସ୍ବତଃସ୍ଫୁର୍ତ୍ତ ସମର୍ଥନ ମିଳିଛି। ସକାଳୁ ଦୋକାନ, ବଜାର ବନ୍ଦ ରହିଥିବା ବେଳେ ବରଗଡ଼ ଗାନ୍ଧୀଛକ ସମେତ ଜିଲାର ଅନେକ ସ୍ଥାନରେ ଜୟ କିଷାନ ଆନ୍ଦୋଳନ, ଓଡ଼ିଶା ରାଜ୍ୟ କୃଷକ ସଂଗଠନ ସମେତ ବିଭିନ୍ନ ଚାଷୀ ସଂଗଠନ ଗୁଡ଼ିକ ରାଜରାସ୍ତାରେ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଥିଲା ।
କଂଗ୍ରେସ, ଆମ ଆଦ୍ମୀ ପାର୍ଟି, ସିପିଆଇ ପ୍ରମୁଖ ରାଜନୈତିକ ଦଳ ବନ୍ଦ ଡାକରାକୁ ସମର୍ଥନ ଜଣାଇ ଏଥିରେ ସାମିଲ ହୋଇଥିଲେ। ଗାଡ଼ିମଟର ଚଳାଚଳ ବନ୍ଦ ରହିଥିବା ବେଳେ ସେହିପରି ପିକେଟିଂ କରି ସ୍ଥାନୀୟ ପେଟ୍ରୋଲ ପମ୍ପ ଏବଂ ସରକାରୀ ଅଫିସଗୁଡ଼ିକୁ ବନ୍ଦ କରି ଦିଆଯାଇଥିବା ଦେଖିବାକୁ ମିଳିଥିଲା। ତେବେ ଅତ୍ୟାବଶ୍ୟକୀୟ ତଥା ଜରୁରୀକାଳିନ ସେବା ଯୋଗାଉଥିବା ଅଫିସ, ଗାଡ଼ି ଆଦିକୁ ଚଳାଚଳ କରୁଥିବା ଦେଖାଯାଇଥିଲା। ଜିଲ୍ଲା ରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ରହିଥିବା ପରିଲକ୍ଷିତ ହୋଇଥିଲା ।
No Result
View All Result