No Result
View All Result
ତାଜା ନ୍ୟୁଜ୍ (୨୪ ସେପ୍ଟେମ୍ୱର ଶୁକ୍ରବାର ) ଓଡ଼ଗାଁ :- ବିଜୁ ଯୁବ ଜନତା ଦଳ ଓଡ଼ଗାଁ ଏନ୍ଏସି ଏବଂ ବ୍ଲକର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ନୟାଗଡ଼ ବିଧାୟକ ତଥା ରାଜ୍ୟ କୃଷି ,କୃଷକ ସଶକ୍ତିକରଣ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁଙ୍କ ପରାମର୍ଶକ୍ରମେ ବିଜୁ ଯୁବ ଜନତା ଦଳର କାର୍ଯ୍ୟାଳୟ ପରିସରରେ ଓଡ଼ଗାଁ ବ୍ଲକ ଓ ଏନ୍ଏସିର କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛନ୍ତି ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ସଭାପତି ରମେଶ କୁମାର ସାହୁ ।
ନୟାଗଡ଼ ନିର୍ବାଚନମଣ୍ଡଳୀ ଓଡ଼ଗାଁ ବ୍ଲକ ଅଧୀନରେ ଥିବା ୧୮ଟି ପଞ୍ଚାୟତର ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତା ଓ ପଞ୍ଚାୟତ ସଭାପତି ,ସାମାଜିକ ଗଣମାଧ୍ୟମ କର୍ମକର୍ତ୍ତା ଓ ଓଡ଼ଗାଁ ଏନ୍ଏସି ଅଧୀନରେ ଥିବା ୧୫ଟି ୱାର୍ଡ ସଭାପତି ,ସାମାଜିକ ଗଣମାଧ୍ୟମ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ଓଡ଼ଗାଁ ଏନ୍ଏସି ସଭାପତି ପ୍ରଭାତ ଅଧିକାରୀ ,ଓଡ଼ଗାଁ ବ୍ଲକ ସଭାପତି ଅର୍ଜୁନ ସାହୁ, ଉପସଭାପତି ଅଶୋକ କୁମାର ନାୟକ ,କାହ୍ନୁ ଚରଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।ଆଗାମୀ ଦିନରେ ଓଡ଼ଗାଁ ବ୍ଲକ ଏବଂ ଏନ୍ଏସି ଅଞ୍ଚଳରେ ଯୁବ ବିଜେଡି ସଂଗଠନଙ୍କୁ କିପରି ମଜବୁତ କରାଯିବ ସେ ବିଷୟରେ ଆଲୋଚନା କରାଯାଇଥିଲା ।(ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result