ବାଲେଶ୍ୱର, ବସ୍ତା,ରିପୋର୍ଟ ,ଦୀପ୍ତିମାନ୍ ପତି ( ଓଡିଶା ତାଜା ନ୍ୟୁଜ୍ ) ରାସନ ସାମଗ୍ରୀ ବଣ୍ଟନ ଵେଳେ ଉତ୍ତେଜନା୨୩ ଏପ୍ରିଲ, ଗୁରୁବାର : – ଯେତେ ମାଠିବୁ ମାଠ, ମୁଁ ସେଇ ଦରପୁଡା କାଠ। କୋରୋନାକୁ ନିପାତ କରିବା ପାଇଁ ସଚେତନାତା, ସତର୍କତା ଓ ସାମାଜିକ ଦୂରତା ହିଁ କେବଳ ଗୋଟିଏ ମାଧ୍ୟମ। ସରକାର, ପ୍ରଶାଶନ, ଗଣମାଧ୍ୟମ, ପକ୍ଷରୁ ଯତେ ସଚେତନ କରିଲେ ବି ଲୋକ ସଚେତନ ହେଉନାହାନ୍ତି । ଏମିତି କି ସଚେତନ ଦାଇତ୍ୱରେ ଥିବା ଅଙ୍ଗନୱାଡି କର୍ମୀ ଓ ପାଚିକା ଉଭୟ ଏହି ନିୟମକୁ ଉଲଂଘନ କରିଥିବା ଦେଖିବାକୁ ମିଳିଛି । ଏଦୃଶ୍ୟ ହେଉଛି ବସ୍ତାବ୍ଲକ ରଘୁନାଥପୁର ପଂଚାୟତ ଚକର୍ଜୁନି ଗ୍ରାମର। ଲକ ଡାଉନ ବେଳେ ସୁରକ୍ଷା ପାଇଁ ସ୍କୁଲ ଓ ଅଙ୍ଗନ ୱାଡିର ଛାତ୍ରଛାତ୍ରୀ, ହିତାଧିକାରୀମାନଙ୍କୁ ସେମାନଙ୍କ ଘରେ ରାସନ ସାମଗ୍ରୀ ପହଂଚାଇବାକୁ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି ।
ତେବେ ସରକାରଙ୍କ ଏହି ନିର୍ଦ୍ଦେଶନାମାକୁ ଚୁଲିକୁ ପକାଇ ଗାଁ ମଝିରେ ଅଙ୍ଗନ ୱାଡି କର୍ମୀ ସବିତା ପାଣି ଓ ପାଚିକା ପଙ୍କଜିନି ବେହେରା ଅଣ୍ଡା, ଡାଲି, ଚାଉଳ, ଆଳୁ ବାଣ୍ଟିଥିଲେ । ତେବେ ହିତାଧିକାରୀମାନଙ୍କ ଘରେ ରାସନ ସାମଗ୍ରୀ ପହଂଚାଇବାର ନିୟମ ଥିଲେ ବି କାହିଁକି ଗାଁ ମଝିରେ ରାସନ ସାମଗ୍ରୀ ବଣ୍ଟା ଗଲା ଓ ରାସନ ସାମଗ୍ରୀ ସହିତ ଚୁଡା, ଚିନି, ସୋୟାବିନ, ତେଲ ମସଲା କାହିଁକି ଦିଆଯାଉନାହିଁ ବୋଲି ପ୍ରଶ୍ନ କରି ଦୀର୍ଘ ସମୟ ପର୍ୟ୍ୟନ୍ତ ମହିଳା ହିତାଧିକାରୀମାନେ ଅଡ଼ି ଧରି ବିସିଥିଲେ । ଅନ୍ୟ ପଟେ ଅଙ୍ଗନ ୱାଡି କର୍ମୀ ସବିତା ପାଣି କହିଛନ୍ତି ଯେ ସାମାଜିକ ଦୂରତାକୁ ବଜାଇ ରଖି ରାସନ ବଣ୍ଟା ଯାଇଛି । ଅନ୍ୟ ରାସନ ସାମଗ୍ରୀ ଆଣିବା ସମ୍ଭବ ହୋଇପାରି ନାହିଁ, ଖୁବଶୀଘ୍ର ସେଗୁଡିକ ଆଣି ଘରେ ଘରେ ବାଣ୍ଟିବାର ବ୍ୟବସ୍ଥା କରାଯିବ।