କଟକ /ମାହାଙ୍ଗା /ରିପୋର୍ଟ ଲଷ୍ମୀଧର ଖୁଣ୍ଟିଆ, (ଓଡିଶା ତାଜା ନ୍ୟୁଜ୍ ) ମାହାଙ୍ଗା ଝିଅ ପ୍ରମିଳା 22.4.2020 ଏପ୍ରିଲ, ବୁଧବାର :- କଟକ ଜିଲ୍ଲା ମାହାଙ୍ଗା ବ୍ଲକ କଇଥା ଗାଁ ର ଦିବ୍ୟାଙ୍ଗ ଝିଅ ପ୍ରମିଳା ସିଂହ, ଦିନେ ଛତିଆ ହାଡ଼ିଦାସ ମହାବିଦ୍ୟଳରୁ କ୍ଲାସ ସାରି ଘରକୁ ଫେରିବାବେଳେ ଘଟିଲା ଦୁର୍ଘଟଣା, ଏଗାର ବର୍ଷ ପୂର୍ବରୁ କଲେଜ ରୁ ଫେରୁଥିବା ଘର ନିକଟସ୍ଥ ଚମ୍ପାପୁର ହାଟ ନିକଟ ରେ ଏକ ବାଡ଼ ନଥିବା ପୋଲ ରେ ସାଇକଲ ରେ ଆସୁଥିବାବେଳେ ବାଇକ ଧକ୍କା ରେ ପୋଲ ତଳକୁ ପଡି ସବୁଦିନ ପାଇଁ ପଙ୍ଗୁ ହୋଇ ଗଲେ,
ତଥାପି ତାଙ୍କ ସାହସ ଆଉ ମନବଳ ତାଙ୍କୁ ଆଗକୁ ଯିବାକୁ ପ୍ରେରଣା ଦେଲା, ଦିବ୍ୟାଙ୍ଗ ଙ୍କ ପାଇଁ କାମ କରିବେ, ଗରିବ ହୋଇଥିଲେବି ବର୍ତମାନ କରୋନା ମହାମାରୀ ସମୟରେ ଅନ୍ୟ ଅସହାୟ ଓ ଦିବ୍ୟାଙ୍ଗଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ତାଙ୍କ ପାଖରେ ଠିଆ ହୋଇ ଯଥା କିଂଚିତ ସାହାଯ୍ୟ କରିଚନ୍ତି, ନିଜେ ପ୍ରତିଷ୍ଠା କରିଥିବା ଛୋଟିଆ ସାମାଜିକ ଅନୁଷ୍ଠାନ “ସମ୍ଭବ ଟ୍ରଷ୍ଟ “ମାଧ୍ୟମରେ ମାହାଙ୍ଗା ଥାନା ଅଧିକାରୀ ରଞ୍ଜନ ପ୍ରଧାନ, ସାମ୍ବାଦିକ ଲଷ୍ମୀଧର ଖୁଣ୍ଟିଆ, ସାମ୍ବାଦିକ ଦୀପକ ସାହୁ, ସାମ୍ବାଦିକ ଅଶୋକ ଦାଶ,ସାମ୍ବାଦିକ ରମେଶ ସାହୁ ସାମ୍ବାଦିକ ବସନ୍ତ ସାମଲ, ,ସମାଜସେବି ନିରଞ୍ଜନ ସ୍ୱାଇଁ, ୱାର୍ଡ ସଭ୍ୟ ମୀନକେତନ ଦାସ,
ଚିତ୍ତରଞ୍ଜନ ଜେନାଙ୍କ ସହଯୋଗରେ ମାହାଙ୍ଗା ବ୍ଲକ ଜଳେଶ୍ୱରପୁର ପଂଚାୟତ ଗଙ୍ଗପୁରା ଗ୍ରାମର ଦଳିତ ସାହିରେ ପହଂଚି ଅସହାୟ ପରିବାର, ଦିବ୍ୟାଙ୍ଗ ଓ ମହିଳା ମାନଙ୍କୁ ଚୁଡା ଚିନି ବିସ୍କୁଟ ଆଳୁ ଓ ସାବୁନ ପକେଟ ବଣ୍ଟନ କରିଥିଲେ, ଏହା ପରେ ଏହି ବ୍ଲକ ର ଶ୍ରୀକୃଷ୍ଣପୁର ପଂଚାୟତର ଛାୟାପାଳ ଠାରେ ବାହାର ଜିଲ୍ଲା ଓ ବ୍ଲକ ରୁ ଆସି ଏକ ଆଶ୍ରମ ରେ ପରିବାର ସହ ରହୁଥିବା କୋଡିଏ ରୁ ଉର୍ଦ୍ଧ ଦିବ୍ୟାଙ୍ଗ ମାନଙ୍କୁ ଏହି ଶୁଖିଲା ଖାଦ୍ୟ ପକେଟ ପ୍ରଦାନ କରିଥିଲେ, ସାମାଜିକ କର୍ମୀ ଅଖିଲେଶ ମହାନ୍ତି ଉପସ୍ଥିତ ରହିବା ସହ ଏହି କାର୍ଯ୍ୟରେ ସମସ୍ତ ସ୍ବେଛାସେବୀ ଙ୍କୁ ସହଯୋଗ କରି କାର୍ଯ୍ୟକୁ ପ୍ରଶଂସା କରିଥିଲେ, ଅପର ପକ୍ଷରେ ଦିବ୍ୟାଙ୍ଗ ଝିଅ ପ୍ରମିଳାଙ୍କ ଏପରି ସାହାଯ୍ୟ ମନୋବୃତି ଓ ବଦାନ୍ୟତା ପାଇଁ ସ୍ଥାନୀୟ ଗ୍ରାମବାସୀ, ବୁଦ୍ଧିଜୀବୀ ମାହାଙ୍ଗା ପ୍ରେସ କ୍ଲବ ର କର୍ମକର୍ତା ଓ ମାହାଙ୍ଗା ଥାନା ସମସ୍ତ କର୍ମଚାରୀଙ୍କ ପକ୍ଷରୁ ତାଙ୍କୁ କୃତଜ୍ଞତା ଦିଆଯାଇଛି