No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୦ ସେପ୍ଟେମ୍ବର ସୋମବାର) ଭୁବନେଶ୍ୱର :- ଶତାବ୍ଦୀ କଲୋନୀ ଠାରୁ ଜାଗମରା ନୂଆ ରୋଡ଼ ରାସ୍ତାକୁ ସଂଯୋଗ କରୁଥିବା ଖୋଲା ଡ୍ରେନରେ ୧୫ ବର୍ଷର ଛାତ୍ର ଭାସି ନିଖୋଜ ହୋଇଯାଇଥିବା ପ୍ରସଙ୍ଗରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀ ୟାସିର ନୱାଜଙ୍କ ନେତୃତ୍ୱରେ ଜାଗମରା ନୂଆ ରୋଡ଼ ଠାରେ ତିନି ଘଂଟା ଧରି ରାସ୍ତା ଅବରୋଧ କରାଯିବା ସହ ନିଖୋଜ ଛାତ୍ରର ପରିବାରକୁ ସରକାର ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଦାବି କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଶ୍ରୀ ନୱାଜ କହିଥିଲେ ଯେ ଯାଜପୁର, ଭଦ୍ରକ, ବାଲେଶ୍ୱର ଭଳି ବର୍ଷାରେ ଭୁବନେଶ୍ୱରର ମୁଖ୍ୟ ରାସ୍ତାରେ ବନ୍ୟା ସୃଷ୍ଟି ହୋଉଛି । ଡ୍ରେନ ଗୁଡ଼ିକ ବିପର୍ଯ୍ୟସ୍ତ ହେବା ସହ ଖୋଲା ରହିବା ଫଳରେ ସେଠାରେ ଛୋଟପିଲା ପଡ଼ି ପାଣିରେ ଭାସି ମରିଯାଉଛନ୍ତି ।
ସରକାରଙ୍କୁ ବାରମ୍ବାର ଚେତେଇଲେ ବି ପ୍ରତିବର୍ଷ ଏଭଳି ଅବସ୍ଥା ହେଉଛି । ବିଏମସି, ବିଡିଏ ଓ ସ୍ମାର୍ଟସିଟି ଲିିମିଟେଡ ଆଖିରେ ଅନ୍ଧପୁଟୁଳି ବାନ୍ଧିଛନ୍ତି । ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ଅନ୍ୟ ଦୁଇଜଣ ବିଧାୟକ ମଧ୍ୟ ଚୁପ ବସିଛନ୍ତି । ବର୍ଷାଦିନେ ଭୁବନେଶ୍ୱରବାସୀଙ୍କ ଅବସ୍ଥା କହିଲେ ନସରେ । ମନମୋହନ ସିଂ ସରକାରର ଜାତୀୟ ସହରାଂଚଳ ବିକାଶ ଯୋଜନାରେ ଭୁବନେଶ୍ୱର ସହରକୁ ଅନ୍ତର୍ଭୁକ୍ତ କରାଯାଇଥିଲା । ଏହି ସହରର ରାସ୍ତା ଓ ଡ୍ରେନକୁ ବିକଶ ନ କରାଯାଇ ଅର୍ଥ ସବୁ ହରିଲୁଟ ହୋଇଛି ବୋଲି ଶ୍ରୀ ନୱାଜ କହିଛନ୍ତି । ଏହି ଆନ୍ଦୋଳନରେ ବିଧାୟକ ସୁରେଶ କୁମାର ରାଉତରାୟ ଯୋଗଦେଇ କହିଲେ ଯେ ସ୍ମାର୍ଟ ସିଟି ଯୋଜନା ଏକ ପ୍ରହସନ । ୨୧ବର୍ଷ ନବୀନ ସରକାରରେ ଭୁବନେଶ୍ୱରର ବାସ୍ତବ ଚିତ୍ର ଅତି ଦୟନୀୟ ।
ଭୁବନେଶ୍ୱର ଠାରୁ ମାଲକାନଗିରିର ଅବସ୍ଥା ଆହୁରି ଭଲ ବୋଲି ଶ୍ରୀ ରାଉତରାୟ କହିଲେ । ରାଜଧାନୀର ବିକାଶର ଅର୍ଥସବୁ ନବୀନ ସରକାର ହରିଲୁଟ କରିନେବା ଫଳରେ ଆଜି ଭୁବନେଶ୍ୱରର ରାସ୍ତା ଅତି ଶୋଚନୀୟ । ଡ୍ରେନ ଖୋଲାମେଲା ରହିବା ଫଳରେ ସେଠାରେ ବର୍ଷପାଣିର ସୂଅରେ ପଡ଼ି ଛୋଟ ପିଲା ମୃତ୍ୟୁବରଣ କରୁଛନ୍ତି ସେଥିପାଇଁ ନବୀନ ସରକାର ଦାୟୀ । ଆଜିର ଆନ୍ଦୋଳନରେ ପ୍ରକାଶ ମିଶ୍ର, ରଞ୍ଜିତ ପାତ୍ର, ଆଲୋକ ଲେଙ୍କା, ଅଜୟ ସାହୁ, ବଟକୃଷ୍ଣ ରାଉତରାୟ, ନିହାର ବେହେରା, ବାଦଲ ମହାନ୍ତି, ରଞ୍ଜିତ ସେନାପତି, ବାବୁ ଜେନା, ଅବିନାଶ ନନ୍ଦ, ଅଭିରାମ ଗୌଡ଼, ଅଜିତ ବାରିକ, ସୂର୍ଯ୍ୟକାନ୍ତ ସାହୁ, ଅସିମ ଆନନ୍ଦ, ସୁମନ୍ତ କୁମାର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
No Result
View All Result