No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୮ ସେପ୍ଟେମ୍ବର ,ଶନିବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ଥାନା ରେ ନୂତନ ଥାନା ଭାରପ୍ରାପ୍ତ ଅଧିକାରୀ ଭାବେ ବସନ୍ତ କୁମାର ସାହୁ ଯୋଗ ଦେଇଛନ୍ତି।ଥାନା ରେ ଯୋଗଦେବା ପରେ ଶାନ୍ତି ଶୃଙ୍ଖଳା, ପେଟ୍ରୋଲିଂ କଡ଼ା କଡ଼ି,ଜନସାଧାରଣ ଙ୍କ ସୁରକ୍ଷା, ଗଞ୍ଜେଇ ଚୋରା ଚାଲାଣ ଏବଂ ଅପରାଧ ନିୟନ୍ତ୍ରଣ ସହ ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତି ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନୂତନ ଥାନା ଭାରପ୍ରାପ୍ତ ଅଧିକାରୀ ବସନ୍ତ କୁମାର ସାହୁ କହିଛନ୍ତି ।
ଏହା ପୂର୍ବରୁ ସେ ଇଟାମାଟି ଥାନାରେ ଜଣେ ଦାୟିତ୍ବବାନ ଥାନା ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ । ପୂର୍ବତନ ନୂଆଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ରମେଶ କୁମାର ଦେବତା ଇଟାମାଟି ଥାନା କୁ ବଦଳି ହୋଇଥିବା ଜଣା ପଡ଼ିଛି । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)
No Result
View All Result