No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ ( ୧୮ ସେପ୍ଟେମ୍ବର , ଶନିବାର ) ଓଡ଼ଗାଁ :- ଆଜି ବହୁ ପ୍ରତୀକ୍ଷା ର ଅନ୍ତ ଘଟିଛି । ଓଡଗାଁ ନୂତନ କୋର୍ଟ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ଓଡଗାଁ ବାର ୨୦୦୭ ମସିହାରେ କିଛି ସଭ୍ୟମାନଙ୍କୁ ନେଇ ଗଠିତ ହୋଇଥିଲା । ବର୍ତ୍ତମାନର ସଭ୍ଯ ସଂଖ୍ଯା ୪୯ ରେ ପହଞ୍ଚିଛି । ୨୦୧୪ ମସିହାରେ ସୋସାଇଟି ଆକ୍ଟରେ ବାର ପଞ୍ଜିକରଣ ହୋଇ ୨୦୧୯ ରେ ଓଡିଶା ରାଜ୍ଯ ଆଇନ ପରିଷଦ ର ପୂର୍ଣ୍ଣ ମାନ୍ୟତା ପାଇ ଅଦ୍ୟାବଧି କାର୍ୟ୍ଯ ସଂପାଦନ କରୁଛି । ଓଡଗାଁ ରେ ଗ୍ରାମ୍ୟ ନ୍ୟାୟାଳୟ, ଓ ଜେ. ଏମ୍. ଏଫ୍. ସି ଜୁନିଅର ଡିଭିଜନ, ସିନିଅର ଡିଭିଜନ, ସେସନସ କୋର୍ଟ ଚାଲୁଅଛି । ଏହି ନୂତନ କୋର୍ଟ ର ଭିତ୍ତି ସ୍ଥାପନ ତା. ୧୭.୦୭.୨୦୧୬ ରେ ହୋଇଥିଲା ।

ସଂପୂର୍ଣ୍ଣ ପୂର୍ଣ୍ଣାଙ୍ଗ ହୋଇ ଆଜି ଅର୍ଥାତ୍ ୧୮.୦୯.୨୦୨୧ ରେ ଲୋକାର୍ପିତ ହୋଇଛି । ଏହି କୋର୍ଟ ସ୍ଥାପନ ପାଇଁ ଏ ମାଟିର ବରପୁତ୍ର ଗର୍ବ ଡ. ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ଙ୍କୁ ଏବଂ ସମସ୍ତ ବିଚାରପତି ଙ୍କୁ ବାର ଆସୋସିଏସନ ର ସଦସ୍ୟମାନେ ଧନ୍ଯବାଦ ଅର୍ପଣ କରିବା ସହ ଜିଲ୍ଲା ସେସନ୍ସ ଜଜ ଜଷ୍ଟିସ ରୂପାଶ୍ରୀ ଚୌଧୁରୀଙ୍କ ଉଦ୍ୟମ ମନେ ରହିବ ବୋଲି ବାର ଆସୋସିଏସନ ସଭାପତି ପବିତ୍ର ମୋହନ ସାହୁ କହିଛନ୍ତି । ଏହି ଉଦଘାଟନ ଉତ୍ସବ ରେ ମାନ୍ୟବର ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଚାରପତିଙ୍କ ସହ ୧୪ ଜଣ ବିଚାରପତି ଅତିଥି ଭାବରେ ଯୋଗ ଦେଇଥିଲେ । ସେଥି ମଧ୍ଯରୁ ମାନ୍ୟବର ସୁପ୍ରିମକୋର୍ଟ ବିଚାରପତି ଶ୍ରୀଯୁକ୍ତ ଜଷ୍ଟିସ ବିନିତ୍ ଶରଣ ,

ମାନ୍ୟବର ହାଇକୋର୍ଟ ମଖ୍ୟ ବିଚାରପତି ଡ. ଜଷ୍ଟିସ ଏସ୍. ମୂରଲୀଧର, ଜଷ୍ଟିସ ଏସ୍. କେ. ମିଶ୍ର, ଜଷ୍ଟିସ ସି. ଆର. ଦାସ, ଜଷ୍ଟିସ ବି. ମହାନ୍ତି, ଜଷ୍ଟିସ ବି. ଆର. ଷଡଙ୍ଗୀ, ଜଷ୍ଟିସ ଡି. ଡି. ଦାସ, ଜଷ୍ଟିସ ଏସ୍. ପୂଜାହାରୀ, ଜଷ୍ଟିସ ବି. ରଥ, ଜଷ୍ଟିସ ଏସ. କେ ସାହୁ, ଜଷ୍ଟିସ କେ. ଆର. ମହାପାତ୍ର, ଜଷ୍ଟିସ ବି. ପି. ପ୍ରୁଷ୍ଟି, ଜଷ୍ଟିସ ଏସ. କେ. ପାଣିଗ୍ରାହୀ., ଜଷ୍ଟିସ ଏସ. ରଥ ପ୍ରମୁଖ ଉପସ୍ଥିତ ଥିଲେ ।

ଏହା ସହ ଜିଲ୍ଲା ସେସନ୍ସ ଜଜ ରୂପଶ୍ରୀ ଚୌଧୁରୀ,ଓଡଗାଁ ବାର ଆସୋସିଏସନ ସଭାପତି ପବିତ୍ର ମୋହନ ସାହୁ, ଓଡଗାଁ ତହସିଲଦାର ବିଜୟିତା ସାମନ୍ତ ସିଂହାର, ଡି. ଏଫ.ଓ ଧନରାଜ .ଏଚଡି ଓ ନୟାଗଡ଼ ଉପ ଜିଲ୍ଲାପାଳ ଲଗ୍ନଜିତ ରାଉତ ଓଡଗାଁ ଆଦର୍ଶ ଥାନା ଅଧିକାରୀଣି ପ୍ରଜ୍ଞା ପାରମିତା ଜେନା ଓ ଅନ୍ୟ ବାର ସଦସ୍ଯ ଙ୍କ ସହ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ । (ଓଡ଼ଗାଁ ରିପୋର୍ଟ /ଅଶ୍ଵିନୀ କୁମାର ସାହୁ )

No Result
View All Result