ବାଲେଶ୍ୱର,ରିପୋର୍ଟ / ଦୀପ୍ତିମାନ୍ ପତି (ଓଡିଶା ତାଜା ନ୍ୟୁଜ୍ ) ବସ୍ତା ,ସୋମବାର ,ଏପ୍ରିଲ 21.4.2020 :- ରାଜ୍ୟର କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯ ଛୁଇଁ ଥିବା ବେଳେ ବାଲେଶ୍ଵର ଜିଲ୍ଲାରେ ୩ ଦିନ ଭିତରେ ୮ ଆକ୍ରାନ୍ତ ଚିହ୍ମଟ ହୋଇଛନ୍ତି । ସେମାନଙ୍କ ଭିତରେ ଜଣେ ଦୁଇ ବର୍ଷୀୟା ଶିଶୁ କନ୍ୟା ରହିଛି। ଯାହା ପାଇଁ ରାଜ୍ୟ ସରକାର ,ଜିଲ୍ଲା ପ୍ରଶାଶନ ସହିତ ବାଲେଶ୍ୱର ଚାଇଲଡ ଲାଇନ ଅଧିକ ସକ୍ରିୟ ହୋଇଉଠିଛି । ସୂଚନା ଅନୁଯାୟୀ ବାଲେଶ୍ୱର ସବସେଣ୍ଟର ବାଲିଆପାଳ ଚାଇଲଡ଼ ଲାଇନ ପକ୍ଷରୁ ପିଲା ମାନଙ୍କ ସୁରକ୍ଷା ଓ ସଚେତନ କରିବା ପାଇଁ ଅଣ୍ଟା ଭିଡି ସଚେତନ କାର୍ୟ୍ୟକ୍ରମ କରିଛି ।
ଏହି ଅବସରରେ ବିଭିନ୍ନ ବ୍ୟାଙ୍କ, ଗ୍ରାମାଞ୍ଚଳ,ସହିତ ଆଦିବାସୀ, ହରିଜନ ସାହିକୁ ଯାଇ ନିଜେ ନ ବାହାରିବା ସହିତ ପିଲାମାନଙ୍କୁ ବାହାରକୁ ନଛାଡିବା,କୌଣସି ପରିସ୍ଥିତିରେ ବି ପିଲାଙ୍କ ଉପରେ ଜୁଳୁମ ନକରି, ଘରେ ହସ ଖୁସିରେ ରହି ପିଲାଙ୍କ ଯତ୍ନ ନେବାକୁ ଅବିଭାବକ ମାନଙ୍କୁ ପରାମର୍ଶ ଦିଆ ଯାଇଥିଲା।ପିଲାମାନଙ୍କ ସୁରକ୍ଷା ପାଇଁ ଚାଇଲଡ ଲାଇନର ୨୪ ଘଣ୍ଟିଆ ଜରୁରୀ କାଳୀନ ନମ୍ବର ଖୋଲା ରହିଛି । ଆବଶ୍ୟକ ସ୍ଥଳେ ୧୦୯୮ କଲ କରି ସମସ୍ୟା ବିଷୟରେ ଜଣାଇ ପାରିବେ । ପିଲାମାନେ ଘରେ ରହି କିପରି ସେମାନଙ୍କର ସମୟକୁ ବିନିଯୋଗ କରିବେ, ସେଥିପାଇଁ ଘରକୁ ଘର ଯାଇ ପିଲାଙ୍କ ପାଖରେ ପହଂଚି ସେମାଙ୍କୁ ଡ୍ରଇଁ, କବିତା, ଗଳ୍ପଲିଖନ, ନାଚ, ପୋଷ୍ଟର, ଗୀତ,ତର୍କ ଇତ୍ୟାଦି କରାଇବା । ବିଭିନ୍ନ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରାଇବା ଏବଂ ଲକଡାଉନ ପରେ ପ୍ରତିଯୋଗୀତା କରି ଉତ୍ସାହିତ କରିବା ପାଇଁ ଯୋଜନା ମାନ କରାଯାଇଛି । ଏହାସହିତ ଗରିବ ଅସହାୟ ପିଲାମାନଙ୍କୁ ଶୁଖିଲା ଖାଦ୍ୟ ସହିତ କାଗଜ, କଲମ,ପେନସିଲ, ଆଦି ବଣ୍ଟନ କରାଯାଇଥିଲା । ଏହି ଭଳି ଜନହିତକର କାମକୁ ରାଜଘାଟର ଜୀବନସାଥୀ ସଂଗଠନ ସହଯୋଗ କରିବ ବୋଲି ସଂପାଦକ ତଥା ଯୁବ ସମାଜ ସେବକ ଦୀପ୍ତିମାନ୍ ପତି ପ୍ରକାଶ କରିଛନ୍ତି । ଲକ ଡାଉନ ଶେଷ ପର୍ୟ୍ୟନ୍ତ ଚାଲୁ ରହିବ ବୋଲି ଚାଇଲଡ ଲାଇନ ର ଜିଲ୍ଲା ମୁଖ୍ୟ ପ୍ରଶାନ୍ତ କୁମାର ରାଉତ ସୂଚନା ଦେଇଛନ୍ତି।ଏହିଭଳି କାଯ୍ୟ ଅନ୍ୟମାନଙ୍କ ଭିତରେ ବାଲିଆପାଳ ସବସେଣ୍ଟର ଦାୟିତ୍ୱରେ ଥିବା ଉତ୍ତମ କୁମାର ନାୟକ,ଟିମ ମେମ୍ବର କ୍ରିଷ୍ଣା ରାଣୀ ଅଣ୍ଡିଆ, କୁନିମଣି ଭୂଇଁଆ, ସ୍ୱପ୍ନା ରାଣୀ ଜେନା ପ୍ରମୁଖ ଉପସ୍ଥିତି ରହି ସହଯୋଗ କରିଥିଲେ।