ବାଲେଶ୍ୱର ,ରିପୋର୍ଟ / ଦୀପ୍ତିମାନ୍ ପତି (ଓଡିଶା ତାଜା ନ୍ୟୁଜ୍ ) ଜଳେଶ୍ୱର ଡିଜିପିଙ୍କ ଗସ୍ତ ,ସୋମବାର ,ଏପ୍ରିଲ 21.4.2020 :- ରାଜ୍ୟର କୋରନା ଆକ୍ରାନ୍ତ ସଂଖ୍ୟା କ୍ରମଶଃ ବଢିବା ଯୋଗୁଁ ରାଜ୍ୟସରକାର ଓ ପୋଲିସ ମହାନିର୍ଦେଶକ ଅଧିକ ତତ୍ପର ହୋଇ ଉଠିଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ କଲିକତା ଲିଙ୍କ ଥିବା ଜଣା ପଡ଼ିବାପରେ , ବାଲେଶ୍ୱର ଓ ମୟୁରଭଂଜ ଜିଲ୍ଲା ଗସ୍ତରେ ଯାଇଛନ୍ତି ପୋଲିସ ମହାନିର୍ଦେଶକ ଅଭୟ । ଅନୁକୂଳ ପାଗ ସାଙ୍ଗକୁ ଝିପି ଝିପି ବର୍ଷାରେରେ ଏକ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ଆଜି ସେ ବାଲେଶ୍ୱର ,ଜଳେଶ୍ୱର, ସମେତ ଓଡ଼ିଶା ଓ ପଶ୍ଚିମବଙ୍ଗ ସିମାନ୍ତରେ ଥିବା ବିଭିନ୍ନ ସୀମା ଓ ତନଖି ଫାଟକ ପରିଦର୍ଶନ କରିଥିଲେ ।
ଏଠାରେ ସୂଚନା ଥାଉକି ବାଲେଶ୍ୱର ଓ ମୟୂରଭଂଜ ଜିଲ୍ଲାର ଅଧିକାଂଶ ଲୋକ ପ୍ରତକ୍ଷ ପରୋକ୍ଷ ଭାବେ ପଶ୍ଚିମବଙ୍ଗ, ଓ କଲିକତା ସହର ସହିତ ଜଡିତ ଥାଆନ୍ତି। ରାଜ୍ୟର କୋରନା ସୁରକ୍ଷା ସହିତ ଲକଡାଉନ କଟକଣା ପାଇଁ ,ବାଲେଶ୍ଵର ଓ ମୟୁରଭଂଜ ଜିଲ୍ଲାର ସୀମା ସହିତ ସଂଯୋଗ କରିଥିବା ପଶ୍ଚିମ ବଙ୍ଗ ରାଜ୍ୟର ସମସ୍ତ ସୀମା, ସହିତ ଜାତୀୟ ରାଜପଥ, ରାଜ୍ୟ ରାଜପଥ, ଗ୍ରାମାଞ୍ଚଳ ରାସ୍ତାକୁ ମଧ୍ୟ ସିଲ କରାଯାଇଛି । ଏହା ସତ୍ତ୍ୱେ ବି ପଶ୍ଚିମବଙ୍ଗ ପଟୁ କିଛି ଅସାମାଜିକ,ଅସାଧୁ ବ୍ୟକ୍ତି ଗାଡି ଯୋଗେ ପଶ୍ଚିମବଙ୍ଗ ସୀମା ପାଖରେ ଲୋକଙ୍କୁ ଆଣି ସେମାନଙ୍କୁ ପାର କରିବାରେ ସାହାଯ୍ୟ କରୁଛନ୍ତି । ଯାହାକି ରାଜ୍ୟ ସରକାର ଓ ପ୍ରଶାଶନ ପାଇଁ ମୁଣ୍ଡ ବିନ୍ଧା ସାଜିଛି ।
ତେବେ ଏହି ସମସ୍ୟାର ପ୍ରତକ୍ଷ ନିରକ୍ଷଣ ଓ ତତ୍ୱାବଧାନ ପାଇଁ ଓଡିଶା ପୋଲିସ ମହାନିର୍ଦେଶକ ଶ୍ରୀଯୁକ୍ତ ଅଭୟ ଅନୁଧ୍ୟାନ କରି ଜିଲ୍ଲା ଓ ସ୍ଥାନୀୟ ପୋଲିସ ସହିତ ଆଲୋଚନା କରି ତନଖି ଫାଟକ ସହିତ, ସୀମାନ୍ତ ବର୍ତୀଅଞ୍ଚଳ ମାନଙ୍କ ଉପରେ ତୀକ୍ଷଣ ନଜର ରଖିବା ସହିତ ଲକଡାଉନ ଓ ସାମାଜିକ କଟକଣାକୁ କଡାକରି ଭାବେ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ଏହି ସମୟରେ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତି ରହିଥିଲେ ।