No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୬ ସେପ୍ଟେମ୍ବର ଗୁରୁବାର) ନୂଆଗାଁ :- ରାଜ୍ୟ ସରକାରଙ୍କ ସ୍କୁଲ୍ ଏବଂ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଅନୁଯାୟୀ ନୟାଗଡ ଜିଲ୍ଲାପାଳ ଙ୍କ ଚିଠି ଅନୁସାରେ ନୂଆଗାଁ ବ୍ଲକ୍ ରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସାର୍ଟିଫିକେଟ ଯାଞ୍ଚ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।ବ୍ଲକ୍ ଶିକ୍ଷାଧିକାରୀ ପ୍ରସନ୍ନ କୁମାର ପଣ୍ଡା ଙ୍କ ତତ୍ତ୍ଵାବଧାନରେ ସିମିଳି ସାହି , ନିଳାଦ୍ରୀପୁର, ଦୁରୁଦୁରା ଏବଂ ଚାହାଳି କ୍ଲଷ୍ଟର୍ ର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସାର୍ଟିଫିକେଟ ନୀଳାଦ୍ରି ପୁର ପ୍ରାଥମିକ ବିଦ୍ୟାଳୟ ରେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ରବୀନ୍ଦ୍ର ନାଥ ରାଜ୍ ଯାଞ୍ଚ୍ କରିଥିଲେ।ସେହିପରି ଭାବେ ବାପୁଜୀ, ବେରୁହାଁ ବାରୀ, ବନ୍ତଳା, ଗୁମୀ କ୍ଲଷ୍ଟର ର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସାର୍ଟିଫିକେଟ ବାହାଡ ଝୋଲା

ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋଷ୍ନାରାଣୀ ସେଠୀ ଯାଞ୍ଚ୍ କରିଥିଲେ। ଯାଞ୍ଚ୍ ପ୍ରକ୍ରିୟାରେ କ୍ଲଷ୍ଟର ଗୁଡ଼ିକର ସି ଆର୍ ସି ସି ମାନେ ସହଯୋଗ କରିଥିଲେ।ଆଗାମୀ ୨୦ ତାରିଖ ପର୍ଯ୍ୟନ୍ତ ସଂପଡ଼ା, ମାଳିସାହି ,ଜଗନ୍ନାଥ ପ୍ରସାଦ,ନୂଆଗାଁ ଏବଂ ଭରତ ନୋଡାଲ କ୍ଲଷ୍ଟର ର ଶିକ୍ଷକ , ଶିକ୍ଷୟତ୍ରୀ ମାନଙ୍କ ସାର୍ଟିଫିକେଟ ଯାଞ୍ଚ୍ ପ୍ରକ୍ରିୟା ଚାଲୁରହିବ ବୋଲି ଜଣା ପଡ଼ିଛି ।
No Result
View All Result