• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିଶ୍ୱ ସମ୍ୱିଧାନ ଦିବସ ଅବସରେ ଅନୁଷ୍ଠିତ ଆନ୍ତର୍ଜାତିକ ସମ୍ମିଳନୀକୁ ସମ୍ୱୋଧିତ କଲେ ଓଡ଼ିଶା ବାଚସ୍ପତି : ଗଣତନ୍ତ୍ରର ସୁଦୃଢିକରଣ ଉପରେ ଗୁରୁତ୍ୱାରୋପ

Proprietor Abhimanyu Maharana by Proprietor Abhimanyu Maharana
September 16, 2021
in ଓଡ଼ିଶା, ମହାନଗର, ହୋମ୍
0
ବିଶ୍ୱ ସମ୍ୱିଧାନ ଦିବସ ଅବସରେ ଅନୁଷ୍ଠିତ ଆନ୍ତର୍ଜାତିକ ସମ୍ମିଳନୀକୁ ସମ୍ୱୋଧିତ କଲେ ଓଡ଼ିଶା ବାଚସ୍ପତି : ଗଣତନ୍ତ୍ରର ସୁଦୃଢିକରଣ ଉପରେ ଗୁରୁତ୍ୱାରୋପ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୧୫ ସେପ୍ଟେମ୍ବର,ବୁଧବାର ) ଭୁବନେଶ୍ୱର :- ବିଶ୍ୱ ସମ୍ୱିଧାନ ଦିବସ ଅବସରେ ଆଜି ଲୋକସଭା ପାର୍ଲ୍ୟାମେଣ୍ଟ, ନୂଆ ଦିଲ୍ଲୀ ତରଫରୁ ଏକ ଆନ୍ତର୍ଜାତିୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଭିଡିୱ କନଫେରେନ୍ସିଂ ଜରିଆରେ ବିଶ୍ୱର ଅନେକ ରାଷ୍ଟ୍ରର ମାନ୍ୟବର ବାଚସ୍ପତି ଓ ଉପବାଚସ୍ପତି ଏଥିରେ ଯୋଗ ଦେଇ ଭାରତୀୟ ଗଣତନ୍ତ୍ରକୁ ଉଚ୍ଚ ପ୍ରଶଂସା କରିଥିଲେ ଏବଂ ଗଣତାନ୍ତ୍ରିକ ଓ ସାମ୍ୱିଧାନିକ ଉପାୟରେ ରାଷ୍ଟ୍ରର ବିକାଶ ନିଶ୍ଚିତ ବୋଲି ମତ ବ୍ୟକ୍ତ କରିଥିଲେ । ଏହି ଆନ୍ତର୍ଜାତିକ ସମ୍ମିଳନୀକୁ ଓଡ଼ିଶା ବିଧାନସଭା ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର ମଧ୍ୟ ସମ୍ୱୋଧିତ କରିଥିଲେ ଏବଂ ଭାରତୀୟ ସମ୍ୱିଧାନ ଓ ଗଣତନ୍ତ୍ରର ଗରିମାମୟ ପରମ୍ପରା ଉପରେ ଆଲୋକପାତ କରିଥିଲେ ।

ଭାରତୀୟ ସମ୍ୱିଧାନର ପିତା ଡ଼ଃ ବି. ଆର୍. ଆମ୍ୱେଦକରଙ୍କ ମହାନ ସମ୍ୱିଧାନ ପରିକଳ୍ପନା ଓ ସୁଦୃଢ ଗଣତନ୍ତ୍ର ଉପରେ ଗୁରୁତ୍ୱାରୋପ ଆମ ରାଷ୍ଟ୍ର ଭାରତ ପ୍ରତି ବିଶ୍ୱର ସମସ୍ତ ରାଷ୍ଟ୍ରର ଯଥେଷ୍ଟ ଶ୍ରଦ୍ଧା ଓ ସମ୍ମାନ ବଢାଇଛି । ସେହି ମହାମନ ଗମତାନ୍ତ୍ରିକ ପରମ୍ପରାର ଯଥେଷ୍ଟ ସୁଦୃଢିକରଣ କରିବା ଆବଶ୍ୟକ ବୋଲି ଡ଼ଃ ପାତ୍ର ମତ ଦେବା ସହ ବିଧାୟକ ଓ ସାଂସଦମାନେ ଜନସାଧାରଣଙ୍କର ମୌଳିକ ସମସ୍ୟା ପ୍ରତି ସର୍ବଦା ସମ୍ୱେଦନଶୀଳ ରହିବାକୁ ପରମର୍ଶ ଦେଇଥିଲେ । ଗଣତନ୍ତ୍ରର ତିନୋଟି ସ୍ତମ୍ଭ – ଶାସନତନ୍ତ୍ର, ବିଧେୟକ ସଂସ୍ଥା ଏବଂ ନ୍ୟାୟାଳୟର ଉପଯୁକ୍ତ ସମନ୍ୱୟରେ ଗଣତନ୍ତ୍ର ପରିବର୍ଦ୍ଧିତ ଏବଂ ପରିଷ୍ଫୁଟିତ ହୁଏ ।

ସାଂସଦ ଓ ବିଧାୟକମାନେ ଗୁରୁତ୍ୱପୂର୍ଣ୍ଣ ଆଇନ ପ୍ରଣୟନ କରୁଥିବା ଦୃଷ୍ଟିରୁ ସେମାନେ ନିଷ୍ଠାପର ଭାବେ ଏହା ଉପରେ ଅନୁଧ୍ୟାନ ଏବଂ ଅନୁଶୀଳନ କରିବା ଆବଶ୍ୟକ । ଆଇନ ସର୍ବଦା ଗରିବ ଓ ନିଷ୍ପେଶିତ ଜନସାଧାରଣଙ୍କ ମୌଳିକ ଅଧିକାରର ସୁରକ୍ଷା ପାଇଁ ଅଭିପ୍ରେତ ହେବା ଉଚିତ । ସଂସଦୀୟ ଗଣତନ୍ତ୍ରରେ ବିଧେୟକ ସଂସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ପାର୍ଲ୍ୟାମେଣ୍ଟ କିମ୍ୱା ବିଧାନସଭାରେ ମାନ୍ୟବର ସଭ୍ୟମାନଙ୍କର ସୁଚିନ୍ତିତ ମତାମତ ଓ ପରାମର୍ଶକୁ କୌଣସି ସରକାର ଏଡାଇ ଦେଇ ପାରିବେ ନାହିଁ ।

ଆଧୁନିକ ସଂସଦୀୟ ପରମ୍ପରାରେ କମିଟି ବ୍ୟବସ୍ଥା ମାଧ୍ୟମରେ ଜନସାଧାରଣଙ୍କୁ ସମସ୍ତ ତଥ୍ୟ ଯୋଗାଇ ଦିଆଯାଉଛି ଏବଂ ଏହି ଦିଗରେ ବ୍ୟବସ୍ଥାପକ ସଭାମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଗଣତନ୍ତ୍ରର ସଫଳ ପ୍ରବର୍ତ୍ତନ ପାଇଁ ସଂସଦ ଏବଂ ବିଧାନସଭା ଗୁଡିକର ଗୁରୁତ୍ୱପୂର୍ଣ୍ଣ ଏବଂ ଫଳପ୍ରଦ ଭୂମିକା ଥିବା ମଧ୍ୟ ଡ଼ଃ ପାତ୍ର ପ୍ରକାଶ କରିଥିଲେ । ଏହି ଆନ୍ତର୍ଜାତିକ ସମ୍ମିଳନୀକୁ ଓଡ଼ିଶା ବିଧାନସଭା ବାଚସ୍ପତିଙ୍କ ସମେତ ହିମାଚଳ ପ୍ରଦେଶ, ବିହାର ଏବଂ ଉତ୍ତରାଖଣ୍ଡ ବାଚସ୍ପତି ମଧ୍ୟ ସମ୍ୱୋଧିତ କରିଥିଲେ । ସଂସଦର ଗରିମାମୟ ପରମ୍ପରା ରକ୍ଷା ପାଇଁ ଉଦ୍ୟମ କରୁଥିବା ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଅବଦାନ ଓ ପଦକ୍ଷେପର ମଧ୍ୟ ବାଚସ୍ପତି ଡ଼ଃ ପାତ୍ର ଉଚ୍ଚ ପ୍ରଶଂସା କରିଥିଲେ ।

ଏହି ଆନ୍ତର୍ଜାତିକ ସମ୍ମିଳନୀରେ ଚେକୋସ୍ଲୋଭାକିଆର ବାଚସ୍ପତି ସୋନୋକ୍ତା, ଗୁଆନା ବାଚସ୍ପତି ମନଜୁର ନାଦିର, ମାଳଦ୍ୱୀପ ବାଚସ୍ପତି ମହମ୍ମଦ ନାସିଦ, ମଙ୍ଗୋଲିଆ ବାଚସ୍ପତି ଗୋମୋବୋଜାମ୍ଭିଜ୍ ଆଣ୍ଡନସାଟାର, ନାମ୍ୱିଆ ବାଚସ୍ପତି ପ୍ରଫେସର ପିଟର ଏଚ୍. କାଡଜାଭିଭି, ଶୀଲଙ୍କା ବାଚସ୍ପତି ମହିନ୍ଦା ୟାପା ଆବେୟବର୍ଦ୍ଧନେ, ଜିମ୍ୱାୱେ ବାଚସ୍ପତି ଜାକୋଫ୍ରାସିସ୍ ମୁଡେଣ୍ଡା, ମରିସସ ଉପବାଚସ୍ପତି ମାଜୁରାଲି, ଭୁଟାନ ଉପବାଚସ୍ପତି ୱାଙ୍ଗଡି, କେନିଆ ବାଚସ୍ପତି କେନେଥ ଲୁସାକା ଯୋଗ ଦେଇ ଆନ୍ତର୍ଜାତିକ ସମ୍ମିଧାନ ଦିବସ ଅବସରରେ ନିଜ ନିଜର ମତ ରଖିଥିଲେ । ଏହି ସମ୍ମିଳନୀରେ ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ସମେତ ବିଭାଗୀୟ ପଦାଧିକାରୀମାନେ ଯୋଗ ଦେଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଭୁବନେଶ୍ୱରରେ ସଫଳତାର ସହ ସମାପ୍ତ ହେଲା “କୋର ୪ ଚାମ୍ପିଅନ୍ସ କପ୍” ଅଣ୍ଡର-୧୬ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱରରେ ସଫଳତାର ସହ ସମାପ୍ତ ହେଲା “କୋର ୪ ଚାମ୍ପିଅନ୍ସ କପ୍” ଅଣ୍ଡର-୧୬ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

June 15, 2026
ବାଲିପାଟଣା , ନିଆଳି ଅଞ୍ଚଳରେ ଧୁମଧାମରେ ରଜ ମହୋତ୍ସବ ପାଳିତ

ବାଲିପାଟଣା , ନିଆଳି ଅଞ୍ଚଳରେ ଧୁମଧାମରେ ରଜ ମହୋତ୍ସବ ପାଳିତ

June 15, 2026
‘ପ୍ରୟାସ’ ତରଫରୁ ରଜ ଉତ୍ସବ ପାଳିତ

‘ପ୍ରୟାସ’ ତରଫରୁ ରଜ ଉତ୍ସବ ପାଳିତ

June 15, 2026
ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ କୁ ନେଇ ସଚେତନତା ସଭା

ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ କୁ ନେଇ ସଚେତନତା ସଭା

June 15, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଭୁବନେଶ୍ୱରରେ ସଫଳତାର ସହ ସମାପ୍ତ ହେଲା “କୋର ୪ ଚାମ୍ପିଅନ୍ସ କପ୍” ଅଣ୍ଡର-୧୬ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱରରେ ସଫଳତାର ସହ ସମାପ୍ତ ହେଲା “କୋର ୪ ଚାମ୍ପିଅନ୍ସ କପ୍” ଅଣ୍ଡର-୧୬ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

June 15, 2026
ବାଲିପାଟଣା , ନିଆଳି ଅଞ୍ଚଳରେ ଧୁମଧାମରେ ରଜ ମହୋତ୍ସବ ପାଳିତ

ବାଲିପାଟଣା , ନିଆଳି ଅଞ୍ଚଳରେ ଧୁମଧାମରେ ରଜ ମହୋତ୍ସବ ପାଳିତ

June 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version