ବାଲିଗୁଡା (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଠାରେ ‘ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ’ (SIR 2026) ସମ୍ପର୍କରେ ଏକ ସଚେତନତା ସଭା ସ୍ଥାନୀୟ ବସଷ୍ଟାଣ୍ଡ ନିକଟସ୍ଥ ୱାଚ ଟାୱାର ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉପ-ଜିଲ୍ଲାପାଳ ତଥା ଉପଖଣ୍ଡ ନିର୍ବାଚନ ଅଧିକାରୀ ଶ୍ରୀମତୀ ପ୍ରଣିତା ଦାସ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବନବାସୀ ଛାତ୍ରଛାତ୍ରୀ ମାନେ ତିନୋଟି ସୁନ୍ଦର ଗଣନୃତ୍ୟ ପରିବେଷଣ କରି SIR 2026 ସମ୍ପର୍କରେ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ ।















