No Result
View All Result
ବାଲିପାଟଣା (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ବାଲିପାଟଣାର ପ୍ରସିଦ୍ଧ ଶୈବ ପୀଠ ନୀଳକଣ୍ଠେଶ୍ଵର ଦେବଙ୍କ ମନ୍ଦିର ପରିସରରେ ଆଜି ପ୍ରଥମ ରଜ ମହୋତ୍ସବ ମହାସମାରୋହରେ ଆରମ୍ଭ ହୋଇଛି।ସକାଳ ଠାରୁ ସମଗ୍ର ଅଞ୍ଚଳକୁ ସାଜସଜ୍ଜା କରାଯାଇଥିଲା ଓ କୁମାରୀ ମାନେ ସଜବାଜ ହୋଇ ରଜ ଦୋଳି ଖେଳିଥିଲେ। ସନ୍ଧ୍ୟାରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇ ରଶ୍ମୀ ରଞ୍ଜନ ପଣ୍ଡାଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ସତ୍ୟପ୍ରିୟ ବେହେରା,ସୁବ୍ରତ କୁମାର ମହାନ୍ତି,ସତ୍ୟନାରାୟଣ ଛାଟୋଇ,

ରମାକାନ୍ତ ପଣ୍ଡା,ରାକେଶ ବିଶ୍ବାଳ,ଶୈଳେନ୍ଦ୍ର ଭୋଳ,ଅଭିନେତ୍ରୀ ବିଦୁସ୍ମିତା ମନ୍ତ୍ରୀ,ଜିନ୍ନା ସାମଲ,ହାସ୍ୟ ଅଭିନେତା ଗୁଲୁଆ ପ୍ରମୁଖ ଯୋଗଦେଇ ଏହିପରି ସଂସ୍କୃତିର ସୁରକ୍ଷା ଉଦ୍ୟମର ଉତ୍ସସିତ୍ ପ୍ରଶଂସା କରିଥିଲେ। ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ ,ନୀଳକଣ୍ଠେଶ୍ଵର ମନ୍ଦିର ସେବକ ଓ ସରାଟ ମୌଜାର ଅନୁଷ୍ଠାନ ଶ୍ରୀ ନୀଳକଣ୍ଠେଶ୍ଵର ସାଂସ୍କୃତିକ ପରିଷଦର ମିଳିତ ଆୟୋଜନରେ ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିବ ଓ ଏଥିରେ ବହୁ ପ୍ରତିଭାଙ୍କୁ ସମ୍ମାନିତ କରାଯିବ । ଏହି ଅବସରରେ ଏଠାରେ ଏକ ପାଇକ ସଙ୍ଘ୍ ନୂତନ ଭାବେ ଗଠିତ ହୋଇଛି।ଆଜି କାର୍ଯ୍ୟକ୍ରମରେ ବିଶିଷ୍ଟ ବଂଶୀବାଦକ ରାଜ କିଶୋର ଦଳବେହେରାଙ୍କ ବଂଶୀ ବାଦନ ସହିତ ଅନ୍ୟାନ୍ୟ ମନୋରଂଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ଅକ୍ଷୟ ସାହୁ କାର୍ଯ୍ୟକ୍ରମ ଉପସ୍ଥାପନା ଓ ମାନସ ପଣ୍ଡା,ସତ୍ୟଜିତ୍ ରାୟ,ବସନ୍ତ ଦାଶ,ଶିବପ୍ରସାଦ ଜେନା,ଅରବିନ୍ଦ ସ୍ୱାଇଁ,ରାଜେଶ ପଣ୍ଡା,ଗଣେଶ ଖଟେଇ ଓ ରବୀନ୍ଦ୍ର ଜେନା ପ୍ରମୁଖ ଆୟୋଜନରେ ମୁଖ୍ୟ ଅଂଶଗ୍ରହଣ କରିଥିଲେ। ସେହିପରି କଟକ ଜିଲ୍ଲା ଅନ୍ତର୍ଗତ ନିଆଳି ବ୍ଲକର ଜଲାରପୁରର ମେଲଣ ପଡିଆ ଠାରେ ରଜ ମହୋତ୍ସବ ୨୦୨୬ ଅଭିନେତା ବବି ମିଶ୍ରଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି । ଏହି ଉତ୍ସବରେ ରାଜ୍ୟ ବିଜେପି ପ୍ରବକ୍ତା ରାଜେନ୍ଦ୍ର ପ୍ରସାଦ ପଣ୍ଡା, ଜଲାରପୁର ପଞ୍ଚାୟତ ସରପଞ୍ଚ ମଞ୍ଜୁଲତା ପଣ୍ଡା,
ଙ୍କ ସମେତ ବହୁ ରାଜନେତା,ସମ୍ମାନୀୟ ବ୍ୟକ୍ତି ଯୋଗ ଦେଇ ପରମ୍ପରାର ରଜ ମହୋତ୍ସବର ବିଭିନ୍ନ କୀର୍ତ୍ତିରାଜି ଉପରେ ମତବ୍ୟକ୍ତ କରିଥିଲେ । ଏହି ଉତ୍ସବ ଅବସରରେ ଝିଅଙ୍କ ଠାରୁ ବୋହୁ ମାନଙ୍କ ପର୍ଯ୍ୟନ୍ତ ମଧ୍ୟରେ ଦୋଳି ଖେଳ, ପୁଚିଖେଳ, ପୋଡ଼ ପିଠା, ରଜପାନ, ତାସ ଖେଳ,ଆଦି ବିଭିନ୍ନ, ପ୍ରତିଯୋଗିତା, ଅନୁଷ୍ଠିତ ହୋଇଛି। ସେହି ପରି ନିଆଳି ବ୍ଲକର ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ମଧ୍ଯ ପାରମ୍ପରିକ ରଜ ମହୋତ୍ସବ ଧୁମ୍ ଧାମରେ ପାଳିତ ହୋଇଯାଇଛି ।

No Result
View All Result