No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ସେପ୍ଟେମ୍ବର,ବୁଧବାର ) ବାଙ୍କୀ :- ବାଙ୍କୀରେ ମହାନଦୀରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ବାଙ୍କୀ ଠାରୁ ବିଲିପଡା ଦେଇ ତାଳବସ୍ତ ଏବଂ ଖୋର୍ଦ୍ଧାକୁ ସଂଯୋଗ କରୁଥିବା ରାସ୍ତା ଉପରେ ୨ଫୁଟରୁ ଉର୍ଦ୍ଧ୍ୱ ପାଣି ପ୍ରବାହିତ । ସେହିପରି ଶିମିଳିପୁର ଠାରୁ ବିଲିପଡାକୁ ସଂଯୋଗ କରୁଥିବା ରାସ୍ତାର କଇଁଆ ନାଳ ପୋଲ ଉପରେ ୨ଫୁଟର ପାଣି ପ୍ରବାହିତ ହେଉଛି ଓ ବାଙ୍କୀର ଉତ୍ତର ପାର୍ଶ୍ଵ ରେ ଥିବା ୭ଟି ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତାର ହୁଳୁହୁଳା ପୋଲ ଉପରେ ୩ଫୁଟ ବନ୍ୟା ଜଳ ପ୍ରବାହିତ ହେଉଛି ।
ଚାଷ ଜମି ରେ ବନ୍ୟା ଜଳ ପ୍ରବେଶ କରି ଲହଡା ମାରୁଥିବା ଦେଖିବାକୁ ମିଳିଛି।ହେକ୍ଟର ହେକ୍ଟର ଚାଷ ଜମିରେ ବନ୍ୟା ଜଳ ପ୍ରବେଶ କରି ଧାନ ଓ ପନି ,ପରିବାଫସଲ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଫଳରେ ଚାଷୀ କୁଳ ମୁଣ୍ଡ ରେ ହାତଦେଇ ବସିଛି । ବାଙ୍କୀରେ ବିପଦ ସଂକୁଳ ୭.୮ମିଟର ଥିବା ବେଳେ ବର୍ତ୍ତମାନ ମହାନଦୀରେ ୬.୫ମିଟର ଉପରେ ବନ୍ୟଜଳ ପ୍ରବାହିତ ହେଉଛି ।

ହିରାକୁଦରୁ ବନ୍ୟାଜଳ ମହାନଦୀରେ ଛାଡୁ ଥିବାରୁ ଜଳସ୍ତର ବୃଦ୍ଧି ହେବାର ସମ୍ଭାବନା ଅଛି ।ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ଙ୍କୁ ବନ୍ୟା ସମ୍ପର୍କରେ ପଚାରିବାରୁ ସେ କହିଲେ ବର୍ତ୍ତମାନ ବିପଦ ସଙ୍କେତ ତଳେ ବନ୍ୟା ଜଳ ପ୍ରଭାବିତ ହେଉଛି ଯଦି ମହାନଦୀ ର ବନ୍ୟା ଜଳ ସ୍ତର ବୃଦ୍ଧି ହୋଇ ବନ୍ୟା ହୁଏ ତେବେ ବାଙ୍କୀ ପ୍ରଶାସନ ବନ୍ୟା ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛି । ଆମ୍ଭ ପାଖରେ ପାୱାର ବୋଟ ,ପର୍ଯ୍ୟାପ୍ତ ପରିମାଣ ରେ ରିଲିଫ ସାମଗ୍ରୀ ମହଜୁଦ ରଖି ସଜାଗ ରହିଛି ।
No Result
View All Result