No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ସେପ୍ଟେମ୍ବର,ବୁଧବାର ) ବାଙ୍କୀ :- କଟକ ଜିଲ୍ଲା ପ୍ରାଣୀ ସଂପଦ ବିଭାଗ ସୌଜନ୍ୟରୁ ବାଙ୍କୀ ଉପଖଣ୍ଡରେ ପ୍ରାଣୀଧନବୀମା ତଥା ବିପଦ ପରିଚାଳନା ସମ୍ବନ୍ଧରେ ଏକ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାକୁ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସତ୍ୟରଞ୍ଜନ ରାଉତ ଉଦ୍ଘାଟନ କରିଥିଲେ । ପ୍ରାଣୀଧନ ବୀମା ସଂପର୍କରେ ଏହି କର୍ମଶାଳାରେ ତାଲିମ୍ ଦିଆଯାଇଥିଲା । ବାଙ୍କୀ ଉପଖଣ୍ଡରେ ଥିବା ବାଙ୍କୀ ବ୍ଲକ ଓ ଡମପଡ଼ା ବ୍ଲକର ସମସ୍ତ ପ୍ରାଣୀ ଚିକିତ୍ସକ, ପ୍ରାଣୀଧନ ନିରକ୍ଷକ ଏବଂ ଅଗ୍ରିମ ଚାଷୀମାନେ ଯୋଗଦେଇ ପ୍ରାଣୀଧନ ବୀମା ଯୋଜନାର ଉପକାରିତା , କର୍ଯ୍ୟପ୍ରଣାଳି ଉପରେ ତାଲିମ୍ ନେଇଥିଲେ ।
ବାଙ୍କୀ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର କୃଷ୍ଣକେଶବ ଷଡଙ୍ଗୀ, ଡମପଡ଼ା ବ୍ଲକ ପ୍ରାଣୀଚିକିତ୍ସକ ସ୍ୱରୂପ ରଞ୍ଜନ ମହାପାତ୍ର, ପ୍ରାଣୀଧନ ବୀମା ଉପରେ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ଅନ୍ତର୍ଯ୍ୟାମୀ ବାରିକ, ଡାକ୍ତର ଚିତ୍ତରଞ୍ଜନ ସେଣ,ଡାକ୍ତର ଗଣେଶ୍ୱର ସେଠୀ, ଡମପଡ଼ା ପ୍ରାଣୀ ଚିକିତ୍ସକ ଡାକ୍ତର ଅର୍ପିତା ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ମୋଟ ୭୫୦ଗୁରୁଗାଇ ଓ ୪୦୦ ଛେଳି ମେଣ୍ଢାଙ୍କର ବୀମାକରଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଡାକ୍ତର ଅର୍ପିତା ଧନ୍ୟବାଦ ଅର୍ପଣ କରିବା ସହ ବୀମା ସମ୍ପର୍କରେ ବୁଝାଇ ଥିଲେ କରିଥିଲେ।
No Result
View All Result