No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୫ ସେପ୍ଟେମ୍ବର , ବୁଧବାର ) ଓଡ଼ଗାଁ :- ଓଡ଼ଗାଁ ବ୍ଲକ କୁରାଳ ପଞ୍ଚାୟତ ମେଡିକାଲଛକସ୍ଥିତ କଲ୍ୟାଣିମଣ୍ଡପଠାରେ ‘ସମ୍ଭବ’ ତରଫରୁ ଜଳ ଜୀବନ ମିଶନର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ପ୍ରଭାତ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମଶାଳାରେ କୁରାଳ ପଞ୍ଚାୟତର ଜଳସାଥୀଙ୍କ ସମେତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗଦେଇଥିଲେ ।

ସମ୍ଭବ ତରଫରୁ ଗ୍ରାମପଞ୍ଚାୟତ କୋଡ଼ିନେଟର ବିକ୍ରମ ନାୟକ ଯୋଗଦେଇ ଜଳ ହେଉଛି ଜୀବନ ଓ ଏହାର ସୁରକ୍ଷା କିଭଳି କରାଯିବ ସେ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ । ଆଗାମୀ ଦିନରେ କିପରି ପାରମ୍ପରିକ ଭୂତଳ ଜଳର ସଂରକ୍ଷଣ ଓ ରିଚାର୍ଜ, ବର୍ଷାଜଳ ସଂରକ୍ଷଣ ଓ ପରିଚାଳନା, ବନୀକରଣ ଏବଂ ପାରମ୍ପରିକ ଜଳ ଉତ୍ସର ପୁନରୁଦ୍ଧାର ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ପ୍ରତ୍ୟେକ ପରିବାର ପାଖରେ ସ୍ବଚ୍ଛ ପାନୀୟ ଜଳ ଉପଲବ୍ଧ ହୋଇପାରିବ ସେ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯାଇଥିଲା । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result