No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ସେପ୍ଟେମ୍ବର ମଙ୍ଗଳବାର )ବାଙ୍କୀ :- ବାଙ୍କୀ ବ୍ଲକ ଅନ୍ତର୍ଗତ ପର୍ଶୁରାମପୁର ଗ୍ରାମର ଆଦର୍ଶ ଶିକ୍ଷକ ଘନଶ୍ୟାମ ସାହୁଙ୍କ ୮୦ବର୍ଷ ବୟସରେ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ ହୋଇ ମୃତ୍ୟୁବରଣ କରିଥିଲେ । ଘନଶ୍ୟାମ ପ୍ରିତମ କୁମାର ବିଦ୍ୟାମନ୍ଦିର ଡମପଡ଼ା, କଳାପଥର-ଧଳାପଥର ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରି ବହୁ ଛାତ୍ରଛାତ୍ରୀଙ୍କୁ ସମାଜରେ ପ୍ରତିଷ୍ଠିତ କରିଛନ୍ତି । ପର୍ଶୁରାମପୁର ଗ୍ରାମରେ ଅନେକ ବର୍ଷଧରି ଗ୍ରାମର ଉନ୍ନତି ମୂଳକ କାର୍ଯ୍ୟରେ ଭାଗନେବା ସହ ତାଙ୍କ ତତ୍ୱାôବଧାନରେ ମହାଦେବ
ମନ୍ଦିର, ଜଳାଶୟ ଖନନ ଓ ରକ୍ଷଣବେକ୍ଷଣ, ଶୁକଭୋଇ ସଂଗ୍ରାହଳୟ ଅନେକ ଉନ୍ନତି କାର୍ଯ୍ୟରେ ତାଙ୍କର ସହଯୋଗ ଅବର୍ଣ୍ଣନୀୟ । ସେ ଗ୍ରାମର ଓ ଅଞ୍ଚଳର ସମସ୍ୟାରେ ପଡୁଥିବା ବ୍ୟକ୍ତିମାନଙ୍କୁ ମାନସୀକ ଓ ଆର୍ଥିକ ସହାୟତା କରି ଅଞ୍ଚଳରେ ବହୁ ଚର୍ଚ୍ଚିତ ଥିଲେ । ତାଙ୍କର ଏକମାତ୍ର ପୁତ୍ର ଡାକ୍ତର ଶଷାଙ୍କ ଶେଖର ପ୍ରସାଦ ମହାପାତ୍ର ଗ୍ରାମ୍ୟ ଶ୍ମଶାନରେ ମୁଖାଗ୍ନୀ ପ୍ରଦାନ କରିଥିଲେ ।
No Result
View All Result