No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ସେପ୍ଟେମ୍ବର ମଙ୍ଗଳବାର )ବାଙ୍କୀ :- ଗତ ଦୁଇଦିନ ହେବ ଲଘୁଚାପ ଜନିତ ପ୍ରବଳ ବର୍ଷା ଫଳରେ ବାଙ୍କୀ ବ୍ଲକ ଅନ୍ତର୍ଗତ କିଆପଲ୍ଲା ପଞ୍ଚାୟତସ୍ଥିତ ନୂଆଗାଁ ଗ୍ରମାର ବେଣୁଧର ଜେନାଙ୍କ ଘର ସମ୍ପୂର୍ଣ୍ଣ ରୂପେ ଭୁଷୁଡି ପଡିଛି । ବର୍ତ୍ତମାନ ସେ ଶୂନ୍ୟ ଆକାଶ ତଳେ ପଡ଼ିରହିଛନ୍ତି । ସେଥି ପାଇଁ ବିଜେପି ନେତା ସିଦ୍ଧେଶ୍ୱର ପାଇକରାୟଙ୍କ ନେତୃତ୍ୱରେ ବାଙ୍କୀ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ୍ତ କୁମାର ଶତପଥୀଙ୍କୁ
ଦେଖାକରି ବାସଗୃହ ଯୋଗାଇ ଦେବାପାଇଁ ଦାବୀ କରିଥିଲେ । ଏ ସମ୍ବନ୍ଧେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସଗୃହ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବେଣୁଧର ଜେନା, ଚନ୍ଦନ କୁମାର ନାୟକ, ସୁଧିର ଚନ୍ଦ୍ର ନାୟକ, ମଦନମୋହନ ରାଉତ, ପ୍ରମୋଦ ପଣ୍ଡା ପ୍ରଭୃତି ଉପସ୍ଥିତ ଥିଲେ ।
No Result
View All Result