ଓଡ଼ିଶା ତାଜା ନ୍ୟୁଜ (୧୩ ସେପ୍ଟେମ୍ବର ସୋମବାର ) କଟକ :- କଟକ ସହର ଉବୁଡୁବୁ ବର୍ଷା ପାଣି ରେ । କଟକ ସହର ର ଦୁଇ ଚତୁର୍ଥାଂଶ ଭାଗ ବର୍ଷା ଜଳରେ ବୁଡି ରହିଛି । ଜଷ୍ଟିସ ଛକ , ମହାନଦୀ ବିହାର , ଏମପି ରୋଡ଼ , ବାଦାମବାଡ଼ି ରାସ୍ତା ଗୁଡିକରେ ଅଣ୍ଟାଏ ଲେଖାଏଁ ପାଣି । ତେବେ ସିଲଭର ସିଟି କୁହାଯାଉଥିବା କଟକ ସହର ରେ ପ୍ରଶାସନ ତରଫରୁ ବର୍ଷା ଜଳ ନିଷ୍କାସନ ନିମନ୍ତେ କୌଣସି ବ୍ୟବସ୍ଥା କରାଯାଉନାହିଁ । କିଛି ଦିନ ତଳେ ପଙ୍କ ଉଦ୍ଧାର କାର୍ଯ୍ୟ କାରାଯାଇଥିଲେ ହେଁ ବର୍ଷା ଜଳ ଯିବା ପାଇଁ ରାସ୍ତା ନାହିଁ । ଜଳ ନିଷ୍କାସନ ର ବାଟ ବନ୍ଦ କରିଦେଇ ପ୍ରଶାସନ ଶୋଇ ରହିଛି । ଲାଗୁଛି ଯେମିତି ସିଲଭର ସିଟି ଉପରେ କାହାର ନଜର ହିଁ ନାହିଁ ।
କୌଣସି ଉପାୟରେ ବର୍ଷା ଜଳକୁ ନିଷ୍କାସନ କରିବାର ନାଁ ଗନ୍ଧ ଧରୁନି ପ୍ରଶାସନ । ତେବେ ଦୁଇ ଦିନ ଧରି ଲଗାତର ବର୍ଷା ର ପରିଣାମ ସଦୃଶ କଟକ ର ବିଭିନ୍ନ ଅଞ୍ଚଳରେ ପାଣି ଘରେ , ଦୋକାନ ବଜାର ରେ ପାଣି ଜମି ରହିଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଜରୁରୀ କାର୍ଯ୍ୟ ପାଇଁ ଯାତାୟାତ ହେଉ କି କୌଣସି ମତେ ଘରୁ ବାହାରିବା ହେଉ ଏହିସବୁ ପାଇଁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି ଲୋକଙ୍କୁ ।
ଡାକ୍ତରଖାନା ସମ୍ମୁଖରେ ମଧ୍ୟ ପାଣି ଜମି ରହିଥିବା ଯୋଗୁଁ ରୋଗୀଙ୍କ ଯିବା ଆସିବା ବନ୍ଦ ହୋଇଯାଇଥିବା ବେଳେ ବହୁ ଲୋକଙ୍କ ଘରେ ଗତ ରାତିରୁ ପାଣି ଜମିରହିଛି । ଲୋକଙ୍କ ଅସୁବିଧା କୁ ଅଣଦେଖା କରୁଥିବା ପ୍ରଶାସନ କେବେ ନିଷ୍କାସନ କରୁଛି ବର୍ଷା ଜଳ ଦେଖିବାକୁ ବାକି ରହିଲା । ( ରିପୋର୍ଟ ରଶ୍ମିତା ମହାପାତ୍ର )






















