No Result
View All Result

ଓଡ଼ିଶା ତାଜା ନ୍ୟୁଜ (୧୩ ସେପ୍ଟେମ୍ବର ସୋମବାର ) ଚାନ୍ଦପୁର ରିପୋର୍ଟ-ଅଭିମନ୍ୟୁ :- ରଣପୁର ବ୍ଲକ ଚାନ୍ଦପୁର , ଲଘୁଚାପ ଯୋଗୁଁ ଦୁଇ ଦିନ ଧରି ଲଗାତର ବର୍ଷା ଯୋଗୁଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ଚାନ୍ଦପୁର ଅଞ୍ଚଳର ମଙ୍ଗଳାସାହି ଲୋକଙ୍କର ବହୁତ କ୍ଷୟକ୍ଷତି ଘଟିଛି ଯାହାକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ଖାଦ୍ୟ ବଣ୍ଟନ ଭଳି ଅଭିନବ ପ୍ରୟାସ ଜାରି ରଖିଛି । ସେହି ଲୋକଙ୍କ ପାଖରେ ଚାନ୍ଦପୁର ପୋଲିସ ପକ୍ଷରୁ ମଙ୍ଗଳା ସାହିରେ ଆଜି ରିଲିଫ ବଣ୍ଟନ କାର୍ଯ୍ୟ କରାଯାଇଛି । ଲଘୁଚାପ ଜନିତ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ଲୋକଙ୍କୁ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କୁ ସ୍ଥାନାନ୍ତର କରାଯାଇଥିଲା ।

ତେବେ ପାଖରେ ସମ୍ବଳ ନଥିବା ବେଳେ ଘର ଦ୍ୱାରା ଭାଙ୍ଗିଯିବା ସହ ଖାଇବାକୁ ଖାଦ୍ୟ ସାମଗ୍ରୀର ଆବଶ୍ୟକ ଥିଲା ବେଳେ ପୋଲିସ ନେଇ ରିଲିଫ ସାମଗ୍ରୀ ପହଂଚାଇଛନ୍ତି ଲୋକଙ୍କ ପାଖରେ । ଆଜି ମଧ୍ୟାହ୍ନରେ ଚାନ୍ଦପୁର ଥାନା ପୋଲିସ ମଧ୍ୟାହ୍ନ ଭୋଜନ ଓ ପାଣି ବାଣ୍ଟି ଥିବାର ଦେଖିବାକୁ ମିଳିଛି । ନୟାଗଡ଼ ଏସପି ଙ୍କ ନିର୍ଦେଶ ଅନୁଯାୟୀ ଦୁଃଖୀ ଲୋକଙ୍କ ନିକଟରେ ପହଞ୍ଚି ଚାନ୍ଦପୁର ପୋଲିସ ମହନୀୟତା ଦେଖାଇଛନ୍ତି । ଥାନା ଭାରପ୍ରାପ୍ତ ଅଧିକାରୀ ତହସିଲ ପ୍ରଶାସନକୁ ଉକ୍ତ କ୍ଷତିଗ୍ରସ୍ତ ଲୋକଙ୍କର ସ୍ଥାୟୀ ବ୍ୟବସ୍ଥା କରାଇବା ପାଇଁ ଜଣାଇବେ ବୋଲି ପ୍ରକାଶ କରିଛନ୍ତି ।

No Result
View All Result