No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୨ ସେପ୍ଟେମ୍ବର ରବିବାର ) ନୟାଗଡ଼ :- ପାଠାଗାର ଆନ୍ଦୋଳନର ମହାନ ପ୍ରବକ୍ତା, ଦଶ ପଇସାର ରଜା ଦାସିଆ ଅଜା (ସ୍ବର୍ଗତ ଦାଶରଥି ପଟ୍ଟନାୟକ) ଙ୍କ 24 ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ନୟାଗଡ଼ ଦାସିଆ ଅଜା ସ୍ମୁର୍ତି ପରିଷଦ ତରଫରୁ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ସହଯୋଗରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ଡ଼ ପୋମା ଟୁଡୁ କଚେରୀ ବଜାର ସ୍ଥିତ ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ, ଆଇନଜୀବୀ, ବୁଦ୍ଧିଜୀବୀ,ସାହିତ୍ୟିକ,ବରିଷ୍ଠ ନାଗରିକ,ସମାଜସେବୀଙ୍କ ସମେତ ସାଧାରଣ ଜନତା ପ୍ରମୁଖ ଯୋଗଦେଇ କୋଭିଡ ଆଇନ ଅନୁଯାୟୀ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧା ନିବେଦନ କରିଥିଲେ । ବରିଷ୍ଠ ସାମ୍ବାଦିକତଥା ସାହିତ୍ୟିକ ରାମକୃଷ୍ଣ ରଥଙ୍କ ନେତୃତ୍ୱରେ ଉପସ୍ଥିତ ମହାନୁଭବ ମାନେ ଦାସିଆ ଅଜାଙ୍କର ଜୟଗାନରେ ଗଗନ ପବନ ପ୍ରକମ୍ପିତ କରିଥିଲେ । (ରିପୋର୍ଟ – ରାମକୃଷ୍ଣ ରଥ, ନୟାଗଡ଼)
No Result
View All Result