No Result
View All Result

ଓଡ଼ିଶା ତାଜା ନ୍ୟୁଜ (୧୧ ସେପ୍ଟେମ୍ବର ଶନିବାର ) ବାଙ୍କୀ :- ଜାତମୁଣ୍ଡିଆ ବିଦୂତ ବିଭାଗ ର ପୂର୍ବତନ କନିଷ୍ଠ ଯନ୍ତ୍ରୀ ନିରଞ୍ଜନ ବରାଳ ଆଜି ବାଙ୍କୀ ର ଜଣେ ସାମ୍ବାଦିକ ଙ୍କୁ ସନ୍ଧ୍ୟା ରେ ଫୋନ କରି ଅସଭ୍ୟ ଭାଷା ରେ ଗାଳି ଦେଇ ଥିଲେ।ଶ୍ରୀ ବରାଳ ଉକ୍ତ ସାମ୍ବାଦିକ କୁ ଫୋନ କରି କହିଲେ ତୁମେ ସାମ୍ବାଦିକ ବୋଲି କଣ ଇନ୍ଦ୍ର ଚନ୍ଦ୍ର ମାନିବନି ମତେ କଣ ପାଇଁ ପଇସା ମାଗୁଥିଲ ।ସାମ୍ବାଦିକ ଅତି ଆଚର୍ଯ୍ୟ ରେ କହିଲେ କୁ ପଇସା ସେ କହିଲେ ଜହ୍ନ ଯେଉଁଦିନ ଉଇଁ ଥିଲା କହି ଫୋନ କଟିଦେଲେ। ସାମ୍ବାଦିକ ଏ ସମ୍ପର୍କରେ କିଛି ବୁଝି ନପାରି ପୁନଃ ଉକ୍ତ କନିଷ୍ଠ ଯନ୍ତ୍ରୀ ଙ୍କୁ ଫୋନ କଲେ ଯନ୍ତ୍ରୀମହୋଦୟ ଫୋନ ଆଉ ଉଠେଇ ଲେନି ତାହାପରେ ଫୋନ ବ୍ଲକ କରିଦେଲେ।
ଯନ୍ତ୍ରୀ ଙ୍କ ଏପରି ଅବାନ୍ତର ଫୋନ ସମ୍ପର୍କରେ ସାମ୍ବାଦିକ ନବୁଝି ବା ସହ ଯନ୍ତ୍ରୀ ଫୋନ କୁ ବ୍ଲକ କରିବା ପରେ ମିଛ ଆରୋପ ଲଗାଇ ସାମ୍ବାଦିକ ର ମାନ ହାନି ହୋଇଥିବାରୁ ସାମ୍ବାଦିକ ଖୋର୍ଦ୍ଧା ବିଦୂତ ବିଭାଗ ଏଜୁଟିଭି ଇଞ୍ଜିନିୟର ମନୋଜ ଦାସ ଙ୍କୁ ପଚରିବାରୁ ସେ କହିଲେ ଉକ୍ତ କନିଷ୍ଠ ଯନ୍ତ୍ରୀ ବିଭିନ୍ନ କାରଣ ରୁ ଏବେ ସସପେଣ୍ଡ ହୋଇ ମୁଖ୍ୟ କାର୍ଯ୍ୟାଳୟରେ ପାନିସମେଣ୍ଟ ରେ ରଖାଯାଇଛି।ଡିଭିଜନ ଅଫିସ ରେ କାର୍ଯ୍ୟ କରୁଛି ଜାତମୁଣ୍ଡିଆ ରେ ଥିବା ବେଳେ ଅଫିସ ରେ ରହି ମଦ ପିଇବା ସହ ବିଭିନ୍ନ ଦୁର୍ନୀତି ରେ ଲିପ୍ତ ଥିବାରୁ ଆମେ ତା ବିରୋଧ ରେ କାର୍ଯ୍ୟ ନୁଷ୍ଠାନ ଗ୍ରହଣ କରୁଛୁ।
ଅନ୍ୟକୁ ସେ ଫୋନ କରି ଅବାନ୍ତର କଥା କହିଥାଏ ଏ ସମ୍ପର୍କରେ ମତେ ବହୁତ ଲୋକ ଅପତି ଜଣେଇ ଛନ୍ତି।ଆଜି ସାମ୍ବାଦିକ ଙ୍କୁ ଏପରି ଅପମାନିତ ଫୋନ କରିବା ବାସ୍ତବିକ ନିନ୍ଦା ର କଥା ତାଙ୍କୁ ମୁଁ ଏ ସମ୍ପର୍କରେ ପଚାରିବା ସହ ତାଗିଦ କରିବି।ସାମ୍ବାଦିକ ଙ୍କୁ ଏ ପ୍ରକାର ଫୋନ କଲ କୁ ରାଜ୍ୟ ବିଭିନ୍ନ ସାମ୍ବାଦିକ ସଙ୍ଘ ,ଓଜିଏ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ନିନ୍ଦା କରିବା ସହ କନିଷ୍ଠ ଯନ୍ତ୍ରୀ ଉକ୍ତ ସାମ୍ବାଦିକ ଙ୍କୁ କ୍ଷମା ମାଗିବା ପାଇଁ ଅନୁରୋଧ କରିଛନ୍ତି। ଯଦି ଉକ୍ତ ଯନ୍ତ୍ରୀ କ୍ଷମା ପ୍ରାର୍ଥନା କରିବେନି ତେବେ ରାଜ୍ୟ ର ବିଭିନ୍ନ ସାମ୍ବାଦିକ ସଙ୍ଘ ଓ ସାମାଜିକ ସଙ୍ଘ ଖୋର୍ଦ୍ଧା ବିଦୂତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବ।
No Result
View All Result