ରଣପୁର,ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍ ) ଘଟ ନିର୍ମାଣ ସେବା ସଂଘ, ରବିବାର, ଏପ୍ରିଲ 19.4.2020 :- ବୁଲା ଜୀବ ଜନ୍ତୁଙ୍କୁ ଖାଦ୍ୟ ବଂଟନ ରଣପୁର, ସ୍ମଶାନର ଉନ୍ନତିକରଣ କରିବା ସହିତ ମଣିନାଗ ପାହଡ ସହିତ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରି ଅନେକ ଥର ସମ୍ମନୀତ ହୋଇଥିବା ରଣପୁର ଘଟ ନିର୍ମାଣ ସେବା ସଂଘ ଆଉ ଏକ ପାଦ ଆଗକୁ ଆଗେଇଥିବା ଦେଖିବାକୁ ମିଳିଛି ।
ସଂପ୍ରତି ବିଶ୍ୱରେ ମହାମାରୀ କରୋନା କାୟା ବିସ୍ତାର କରି ଚାଲିଛି । ଯାହା ଫଳରେ ଅନେକ ଦେଶ ଏବେ ଲଗ୍ ଡାନରେ ରହିଛି । ଏହି ଲଗ୍ ଡାଉନରୁ ଓଡିଶା ମଧ୍ୟ ବାଦ୍ ଯାଇ ନାହିଁ । ଏହା ପ୍ରଭାବରେ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତିଥ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଫଳରେ ବୁଲା ଗାଇ ଗୋରୁ, କୁକୁର, ମାଙ୍କଡ ଆଦି ପ୍ରାଣୀମାନଙ୍କୁ ଭୋକ ଉପାସରେ ରହୁଛନ୍ତି । ଏହାକୁ ନଜର ଦେଇ ରଣପୁର ଘଟ ନିର୍ମାଣ ସେବା ସଂଘ ତରଫରୁ ପ୍ରତିଦିନ ଏହି ବୁଲା ଜନ୍ତୁମାନଙ୍କୁ ଶୁଖିଲା ଖାଦ୍ୟ ସହ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ।
ପ୍ରତ୍ୟେକ ଦିନ ଏକ କାନ୍ଧୀ କଦଲୀ, ବିସ୍କୁଟ ୨ ପେଟି, ବାଇଗଣ ୨୦ କିଲୋ, ଉପମା ପ୍ରସ୍ତୁତ କରାଯାଇ ଜୀବଜନ୍ତୁଙ୍କୁ ପ୍ରଦାନ କରାଯାଉଛି । ଏହି କାର୍ଯ୍ୟ ଲଗ୍ ଡାଉନ ଶେଷ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସଂଘର ସଦସ୍ୟମାନେ କହିଛନ୍ତି । ପ୍ରତିଦିନ ଭଳି ଆଜି ତଳ ମଣିନାଗ ପୀଠରେ ଜିବଜନ୍ତୁଙ୍କୁ ଖାଦ୍ୟ ଦିଆ ଯାଇଥିଲା । ଏଥିରେ ଏନ.ଏ.ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ତାପସ ବିଶି, ଉପାଧ୍ୟକ୍ଷ ପ୍ରିୟବ୍ରତ ପ୍ରହରାଜ, ଗଛ ସାର୍ କୈଳାଶ ରଥ, ଦୀପକ ସାସ୍ମଲ, ଲିଙ୍ଗରାଜ ନାୟକ ଙ୍କ ସହିତ ଘଟ ନିର୍ମାଣ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।