No Result
View All Result

ଓଡ଼ିଶା ତାଜା ନ୍ୟୁଜ ( ୦୯ ସେପ୍ଟେମ୍ବର ଗୁରୁବାର ) ନୟାଗଡ଼ :- ନୟାଗଡ଼ ରୋଟାରୀ କ୍ଲବରେ ଆନ୍ତର୍ଜାତିକ ସାକ୍ଷରତା ଦିବସ ସେପ୍ଟେମ୍ବର ୮ ତାରିଖରେ ପାଳିତ ହୋଇଯାଇଛି । ଏହି ଅବସରରେ ୫ ଜଣ ଶିକ୍ଷକଙ୍କୁ ଉତ୍କର୍ଷ ଶିକ୍ଷା ଦାନ ପାଇଁ ନେସନ ବିଲ୍ଡର ଆଓ୍ବାର୍ଡ ପ୍ରଦାନ କରାଯାଇଛି । ସମ୍ବର୍ଦ୍ଧିତ ଶିକ୍ଷକ ମାନେ ହେଲେ ଡ. ଗିରିଜା ଶଙ୍କର ମହାପାତ୍ର, ସସ୍ମିତା ଦାସ, ଦୁର୍ଗାକାନ୍ତ ଆଚାର୍ଯ୍ୟ, ରବିନାରାୟଣ ପାତ୍ର ଏବଂ ବସନ୍ତ କୁମାର ସାହୁ ।

ରୋଟାରୀ କ୍ଲବ ନୟାଗଡ଼ ର ସଭାପତି ରୋଟାରିଆନ ଧିରେନ୍ଦ୍ର ପଟ୍ଟନାୟକ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ର ମୂଖ୍ୟ ଅତିଥି ଥିଲେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ବସନ୍ତ କୁମାର ନାୟକ । କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ସଂପାଦକ ରୋଟାରିଆନ ମିହିର ରଞ୍ଜନ ନାୟକ, ଅଧ୍ୟାପକ ରୋଟାରିଆନ ପ୍ରସନ୍ନ ବସନ୍ତିଆ, ରୋଟାରିଆନ ପ୍ରବୀର ପୃଷ୍ଟି, କୋଷାଧ୍ୟକ୍ଷ ରୋଟାରିଆନ ଲକ୍ଷ୍ମୀନାରାୟଣ ରଥ ଓ କ୍ଲବର ସମସ୍ତ ସଦସ୍ୟମାନେ । ଧନ୍ୟବାଦ ଅର୍ପଣ କରିଥିଲେ ରୋଟାରିଆନ ଆରିଫ ଖାଁ । (ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼)
No Result
View All Result