ପୁରୀ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଲଘୁଚାପଜନିତ ପବନ ଯୋଗୁ ବଡଦାଣ୍ଡ ମଝିରେ ହୋଇଥିବା ଟିଣ ବ୍ଯାରିକେଡ ଦୁରଦାର ପଡୁଥିବା ଦେଖିବାକୁ ମିଳିଛି । ଏହି ବ୍ଯାରିକେଡ ପଡିବା ଦ୍ବାରା ଯାନବାହନ ଆରୋହୀ ବିଚଳିତ ହେଉଛନ୍ତି । ପ୍ରତିବର୍ଷ ରଥଯାତ୍ରାରେ ସମୟରେ ପକାଇବା ଉଠାଇବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି । ପୁରୀ ସହର ମହାନଗର ନିଗମ ମାନ୍ଯତା ପାଇଛି । ହାଇମାକ୍ସ ଲାଇଟ ୧୦ ଫୁଟ ଉପରେ ଆଲୋକ ହେଉଥିବା ବେଳେ ବଡଦାଣ୍ଡ ତଳ ଛାଇ ଛାଇ ଦେଖାଯାଉଛି । ବିଭିନ୍ନ ବଜାର କମିଟି ବନ୍ଦ ଦିନ ଏହି ଲକ୍ଷଣ ଦେଖିବାକୁ ମିଳୁଛି ।

ମରଚିକୋଟ ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଏହି ବ୍ଯାରିକେଡ ଧୁମଧାମ ପଡୁଛି । ପ୍ରଚଣ୍ଡ ଶଦ୍ଦ କରି ପଡୁଥିବାରୁ ପର୍ଯ୍ୟଟକ ମାନେ ଆଶ୍ଚର୍ଯ୍ୟ ହେଉଛନ୍ତି । ବାଇକ ଯାଆଆସ ସମୟରେ ଏହି ବ୍ଯାରିକେଡ ପଡିବା ଯୋଗୁ କେତେକ ଆରୋହୀ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଖରାବର୍ଷାରୁ ଭକ୍ତ ମାନଙ୍କୁ ସୁବିଧା ଦେବା ଉଦ୍ଦେଶ୍ଯରେ ସିଂହଦ୍ବାର ନିକଟରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଅସ୍ଥାୟୀ ସେଡ ନିର୍ମାଣ କରାଯାଉଛି ।

ସେହିପରି ବଡଦାଣ୍ଡ ମଝି ଅଶଂରେ ଭକ୍ତ ସେଡ ପରି ନଟବୋଲ୍ଟ ଫିଟିଙ୍ଗ କରି ଷ୍ଟିଲ ଖୁଣ୍ଟ ପୋତାଯାଇ ଖୁଣ୍ଟ ଉପରେ ଦୁଇ ପାର୍ଶ୍ବରେ ଟିଉଲାଇଟ ଲଗାଯିବା ପାଇଁ ପର୍ଯ୍ୟଟକ ମାନେ ମତ ଦେଇଛନ୍ତି । ସେହି ଖୁଣ୍ଟ ସହ ଷ୍ଟିଲ ବ୍ଯାରିକେଡ ଫିକ୍ସି କରାଗଲେ ଆଉ ପଡିବ ନାହିଁ କି ଗାଡି ମଟର ଘୁଞ୍ଚାଇ ପାରିବନାହିଁ । ଏହାଦ୍ବାରା ସହରର ସୌନ୍ଦର୍ଯ୍ୟକରଣ ହେବା ସହ ଉଜ୍ଜ୍ବଳ ଆଲୋକରେ ଆଲୋକିତ ହେବ ଓ ଟ୍ରାଫିକ ନିୟନ୍ତ୍ରଣ ଶୃଙ୍ଖଳିତ ହେବ ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି । ଦିନ ତମାମ ଏହି ବ୍ଯାରିକେଡ ପଡ଼ିରହିଥିଲେ ମଧ୍ଯ ପୋଲିସ ବିଭାଗ ଏହାକୁ ସଜାଡୁନଥିବା ଦେଖିବାକୁ ମିଳୁଛି ।














