No Result
View All Result
ସରକାରୀ ପଞ୍ଜିକୃତ ହେଲା ଉପଖଣ୍ଡ ସ୍ତରୀୟ ବରିଷ୍ଠ ନାଗରିକ ସଂଘ
ବାଲିଗୁଡ଼ା (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ସ୍ତରୀୟ ବରିଷ୍ଠ ନାଗରିକ ସଂଘ ସୋସାଇଟି ଆକ୍ଟ, ୧୮୬୦ ଅନୁଯାୟୀ ସରକାରୀ ଭାବେ ପଞ୍ଜିକୃତ ହୋଇଛି। ସଂଘର ପଞ୍ଜିକରଣ ନମ୍ବର ୧/୨୦୨୫୨୬୦୯୦୦୦୦୧/୨୦୨୬-୨୭ ବୋଲି ଜଣାପଡ଼ିଛି। ପଞ୍ଜିକରଣ ପରେ ଏହାର ସାର୍ଟିଫିକେଟ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକଙ୍କ ଦ୍ୱାରା ସଂଘର କର୍ମକର୍ତ୍ତାଙ୍କୁ ପ୍ରଦାନ କରାଯାଇଥିଲା । ଏହି ଅବସରରେ ସଂଘର ସଭାପତି ଡ. ମଧୁସୂଦନ ମହାପାତ୍ର, ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ନାୟକ, ସହସମ୍ପାଦକ ସନ୍ୟାସୀ ନାୟକ, ନିର୍ବାହୀ କମିଟି ସଦସ୍ୟ ପାଉଲ ମଣ୍ଡଳ,ଯୋଗେନ୍ଦ୍ର ପଟ୍ଟନାୟକ, ବିନୋଦ ମିଶ୍ର, ଲକ୍ଷ୍ମୀଧର ରାଉତ, ସନାତନ ପରିଛା ପ୍ରମୁଖ ଉପସ୍ଥିତ ଥିଲେ ।

ସଂଘର ପଞ୍ଜିକରଣ ନେଇ ବାଲିଗୁଡ଼ାସ୍ଥିତ ସଂଘ କାର୍ଯ୍ୟାଳୟରେ ସଭ୍ୟସଭ୍ୟାଙ୍କ ପକ୍ଷରୁ କର୍ମକର୍ତ୍ତାମାନଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଯାଇଥିଲା । ପଞ୍ଜିକୃତ ସଂଘ ଆଗାମୀ ଦିନରେ ବିଭିନ୍ନ ସାମାଜିକ ଓ ଜନକଲ୍ୟାଣମୂଳକ କାର୍ଯ୍ୟରେ ସକ୍ରିୟ ଭୂମିକା ନେବ ବୋଲି ସଦସ୍ୟ ମାନେ କହିଛନ୍ତି । ସ୍ୱାସ୍ଥ୍ୟ ଓ ଶିକ୍ଷାର ପ୍ରସାର, ପାନୀୟ ଜଳ ସମସ୍ୟାର ସମାଧାନ, ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା, ବାଲ୍ୟବିବାହ ନିରୋଧ, କ୍ରୀଡ଼ାର ବିକାଶ, ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂରୀକରଣ, ଅସ୍ପୃଶ୍ୟତା ବିରୋଧୀ ସଚେତନତା ସହ ଯୋଗ ଓ ପ୍ରାଣାୟାମ ଭଳି କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯିବ।
ଏଥିସହ ଅସହାୟ ବରିଷ୍ଠ ନାଗରିକ, ବୃଦ୍ଧ ଓ ବୃଦ୍ଧାମାନଙ୍କ ପାଇଁ ମାଗଣା ରହିବା ଓ ଖାଇବା ବ୍ୟବସ୍ଥା କରିବା ଦିଗରେ ମଧ୍ୟ ସଂଘ ପଦକ୍ଷେପ ନେବାକୁ ମତ ପ୍ରକାଶ କରିଛି। ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟ ସହ ସମାଜସେବାକୁ ଯୋଡ଼ି ବରିଷ୍ଠ ନାଗରିକମାନଙ୍କ ଅଭିଜ୍ଞତାକୁ ସମାଜର ବିକାଶରେ ବିନିଯୋଗ କରିବା ଏହି ସଂଘର ମୁଖ୍ୟ ଲକ୍ଷ୍ୟ ବୋଲି କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି ।

No Result
View All Result