ଭୁବନେଶ୍ୱର, ରିପୋର୍ଟ ( ଓଡିଶା ତାଜା ନ୍ୟୁଜ୍ ) ରାପିଡ୍ ଟେଷ୍ଟିଂ, ରବିବାର, ଏପ୍ରିଲ 19.4.2020 :- ଭୁବନେଶ୍ୱର ରାଜଧାନୀ ରେ ଆଜିଠାରୁ ରାପିଡ଼ ଟେଷ୍ଟିଂ ଆରମ୍ଭ ହୋଇଛି । ଆଇସିଏମଆର୍ ଓ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଜାରୀ ନିୟମ ଅନୁସାରେ ସମ୍ବେଦନ ପ୍ରବଣ ବର୍ଗଙ୍କର ଅଗ୍ରାଧିକାର ଭିତ୍ତିରେ ତାଲିକା ପ୍ରସ୍ତୁତ କରାଯାଇ ବିଶେଷ କରି ଗସ୍ତ ବିବରଣୀ ଥିବା ବ୍ୟକ୍ତି ବିଶେଷ ,
କରୋନା ରୋଗୀ ଙ୍କ ସଂସ୍ପର୍ଶ ରେ ଆସିଥିବା ବ୍ୟକ୍ତି , ସ୍ବାସ୍ଥ୍ୟ କର୍ମୀ ,ସଫେଇ କର୍ମକର୍ତ୍ତା , ଇନଫ୍ଲୁଏଞ୍ଜା ଓ ଶ୍ୱାସକ୍ରିୟା ରେ କଷ୍ଟ ପରି ଲକ୍ଷଣ ଥିବା ବ୍ୟକ୍ତିଙ୍କ ଅଗ୍ରାଧିକାର ଭିତ୍ତି ରେ ପରୀକ୍ଷା କରାଯାଉଛି ।ଏହାସହ ବିଭିନ୍ନ କ୍ଲଷ୍ଟରରେ ମଧ୍ୟ ନମୁନା ପରୀକ୍ଷା କରାଯିବ ଏଥିପାଇଁ ପୁଜା କମିଟି , ଏଏନ ଏମ ଓ ଅଙ୍ଗନବାଡ଼ି କର୍ମୀ ,ୱାର୍ଡ ଅଧିକାରୀ ଙ୍କ ସହାୟତାରେ ଚିହ୍ନିତ ବ୍ୟକ୍ତି ଙ୍କ ର ନମୂନା ସଂଗ୍ରହ କରାଯାଉଛି ।ଆଜି ଏକାମ୍ର ବିଧାୟକ ଅଶୋକ ପଣ୍ଡା ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା ଓ ବିଧାୟକ ସୁଶାନ୍ତ ରାଉତ ଙ୍କ ର ରାପିଡ଼ ଟେଷ୍ଟିଂ କରଯାଇଛି ।