No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୬ ସେପ୍ଟେମ୍ବର ସୋମବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ କ୍ରିଏଟିଭ ଆର୍ଟସ ପକ୍ଷରୁ ସ୍ଥାନୀୟ ରୋଟାରୀ କ୍ଲବ ପରିସରରେ ଏକ ଭବ୍ୟ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି । ପାରଳାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ରଙ୍କୁ ଓଡିଶୀ କଣ୍ଠ ସଂଗୀତ ପାଇଁ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ୨୦୨୦ ବର୍ଷ ପାଇଁ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ପୁରସ୍କୃତ କରିଥିଲେ । ଏହା ପରେ ଗଞ୍ଜାମ ଓ ଗଜପତି ଜିଲ୍ଲାର କଳାପ୍ରେମୀ ମହଲରେ ଖୁସୀର ଲହରୀ ଖେଳିଯାଇଥିଲା । ଦୀର୍ଘ ବର୍ଷ ପରେ ଗଜପତିରୁ ଜଣେ କଳାକାର ପୁରସ୍କୃତ ହୋଇଥିବା ଯୋଗୁଁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ରଘୁନାଥ ପାତତ୍ରଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ ।
ଆୟୋଜକ କ୍ରିଏଟିଭ ଆର୍ଟସ ସହ ତରଙ୍ଗ ରଙ୍ଗ୍ ନାଟ୍ୟ ଅନୁଷ୍ଠାନ, ଭକ୍ତି ସଙ୍ଗିତ ସଂସଦ, ଉତ୍ସଳ ହିତୈଷିଣୀ ସମାଜ, ସମଲେଇ ନୃତ୍ୟ ପରିଷଦ, ନଟରାଜ ଡେନ୍ସ ସ୍କୁଲ, ଜଗନ୍ନାଥ ଓଡିଶୀ କଳାକେନ୍ଦ୍ର, ପଦାମୃତ ଓଡିଶୀ ନୃତ୍ୟୟନ, ଗଜପତି କଳା ପରିଷଦ, ନିତ୍ୟାନନ୍ଦ ପାଠାଗାର, ଆକାଂକ୍ଷା ମହିଳା ସଂଗଠନ, ସୃଜନିକା ଯୁବ ପରିଷଦ, ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ଆଦି ଅନେକ ଅନୁଷ୍ଠାନର କର୍ମକର୍ତ୍ତାମାନେ ଜଣ ଜଣ କରି ଅଭିନନ୍ଦନ ଜଣାଇଥିଲେ ।
ସମ୍ବର୍ଦ୍ଧନା ବୈଠକକୁ କ୍ରିଏଟିଭ୍ ଆର୍ଟସ ଅନୁଷ୍ଠାନର ସଭାପତି ନୃସିଂହ ଚରଣ ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ମନୋଜ ପାଢୀ (ମୁନ୍ନା), ଉପସଭାପତି ଏମ୍.ପୃଥିବୀରାଜ, ନାଟ୍ୟ ନିର୍ଦ୍ଦେଶକ ଦେବେନ୍ଦ୍ର ଦାସ, ଅର୍ଜୁନ ନାୟକ, ଅମୂଲ୍ୟ ପାଣିଗ୍ରାହି, ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ସୁଜିତ ପାଣିଗ୍ରାହି, କାମଦେବ ପାଢୀ, ସତ୍ୟ ପଢୀହାରି, ହର ତ୍ରିପାଠୀ, କୁନା ହଳଧର, ହରିହର ପଟ୍ଟନାୟକ ପ୍ରମୁଖ କଳାକାରମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । (ଗରୁଡ଼ ଧ୍ଵଜ ଚୌଧୁରୀ)
No Result
View All Result