ବାଲେଶ୍ୱର , ରିପୋର୍ଟ / ଦୀପ୍ତିମାନ୍ ପତି ( ଓଡିଶା ତାଜା ନ୍ୟୁଜ୍ ) ରାଜଘାଟ ,ଶନିବାର, ଏପ୍ରିଲ 18.4.2020 :- ରାଜଘାଟ, କରୋନା ବା କୋଭିଡ ୧୯ ଆତଂକରେ ସାରାବିଶ୍ୱ କଲବଲ ହେଉଥିବା ବେଳେ,ଚିକିତ୍ସା ପାଇଁ ବର୍ତମାନ ସୁଦ୍ଧା କୌଣସି ନିର୍ଦିଷ୍ଟ ଔଷଧ ବା ପ୍ରତିଷେଧକ ବାହାରିନାହିଁ । ତେଣୁ କରୋନା ଦାଉରୁ ବର୍ତ୍ତିବା ପାଇ ଜୀବନସାଥୀ ସଂଗଠନର ସଚେତନତା, ସତର୍କତା ସାଙ୍ଗକୁ ସାମାଜିକ ଦୂରତା ହିଁ କେବଳ ମାତ୍ର ଏକ ମାତ୍ର ମାଧ୍ୟମ ।
ଏହି ଅବସରରେ ଜଳେଶ୍ୱର ବ୍ଲକର ପଶ୍ଚିମବାର୍ଡ,ରାଜପୁର ଓ ବସ୍ତା ବ୍ଲକର ରଘୁନାଥପୁର,ବେଣାପୁରା, ଥେଗଂଡିହା, ଗିଲାଜୁଡି,ମଧୁପୁରା ଆଦି ଅଞ୍ଚଳରେ ଆଦିବାସି ଓ ହରିଜନ ସାହିରେ ଗୋଲେଇ ବୋଲେଇ ଲୋକଙ୍କୁ ସଚେତନ କରାଇ ଦୋକାନ ବଜାରକୁ ଗଲେ ସରକାରଙ୍କ ଏହି ନିୟମକୁ ପାଳନ କରିବାକୁ ପରାମର୍ଶ ଦେଇ ଗରିବ ଅସହାୟ ମାନଙ୍କୁ ସାମାଜିକ ଦୂରତାକୁ ବଜାଇ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରାଯାଇଥିଲା । ଯୁବ ସମାଜସେବକ ଦୀପ୍ତିମାନ୍ ପତି ଙ୍କ ପ୍ରତକ୍ଷ ତତ୍ତ୍ୱାବଧାନରେ ଦେବ ବେହେରା,ରବି ହାଜିରା,ଅଶ୍ୱନୀ ପଣ୍ଡା ,ଶକଂରଶଣ ଜେନା,ବିଜୟ ବେହେରା ସହଯୋଗ କରିଥିଲେ ।