ଗତ ଫେବୃଆରୀ ୨୯ ତାରିଖରୁ ଅଣ୍ଡା ଠାବ କରିବା ପରେ ବନ ବିଭାଗ ଉକ୍ତ ଅଞ୍ଚଳକୁ ଘେରି, ବେଆଇନ ପ୍ରବେଶ ଉପରେ କଟକଣା ଲଗାଇଥିଲେ । ଦୀର୍ଘ ୪୯ ଦିନ ପରେ ଆଜି ସକାଳୁ ୧୦୮ ଟି ଅଲିଭରିଡ୍ଲେ ପ୍ରଜାତିର ଜୀବିତ କଇଁଛ ଶାବକ ଦେଖିବାକୁ ମିଳିଥିଲା । ଏହା ଚୌମୁଖ ସମୁଦ୍ର ବେଳା ଭୁମି ପାଇଁ ସମ୍ପୂର୍ଣ ନୂଆ ହେଲେବି, ଚଳିତ ବର୍ଷ ବାଲେଶ୍ୱର ଜିଲ୍ଲାରେ ଏକମାତ୍ର ପ୍ରଜନନ ସ୍ଥାନ ଭାବେ ଗୌରବ ପାଇଛି ।
ବାଲେଶ୍ୱର , ରିପୋର୍ଟ/ ଦୀପ୍ତିମାନ୍ ପତି ( ଓଡିଶା ତାଜା ନ୍ୟୁଜ୍ ) ବାଲିୟାପାଳ ,ଶନିବାର, ଏପ୍ରିଲ 18.4.2020 :- ବାଲେଶ୍ୱର ସମେତ ସାରା ଓଡ଼ିଶା ପାଇଁ ଭଲ ଖବର । ଏହି ଖବର ବାଲିପାଳ ବ୍ଲକ ଚୌମୁଖରୁ ଆସିଛି। ଯାହା ଚୌମୁଖ ସମେତ ସମଗ୍ର ବାଲେଶ୍ୱର ଓ ଓଡିଶା ପାଇଁ ଆନନ୍ଦ ଓ ଗର୍ବର ବିଷୟ। ସୂଚନା ଅନୁଯାୟୀ ତାପମାତ୍ରା ଓ ଜଳ ବାୟୁର ପରିଵର୍ତନ ସାଙ୍ଗକୁ ଦୂଷିତ ପାଣି ଓ ପରିବେଶ ପାଇଁ ବିରଳ ହେବାକୁ ବସିଛି ସାମୁଦ୍ରିକ ପ୍ରାଣୀ ସହିତ ବିଭିନ୍ନ ପ୍ରଜାତିର କଇଁଛ । ଏଥିପାଇଁ ସରକାର,ଓ ବିଭାଗ ବାର୍ଷିକ କୋଟି କୋଟି ଟଙ୍କା ସାରିବି ବିଶେଷ ଉପକୃତ ହୋଇପାରୁ ନଥିଲେ । ତେବେ ବାଲେଶ୍ୱର ବନଖଣ୍ଡ ଅଧୀନସ୍ଥ,ଚାନ୍ଦିପୁର ବନାଞ୍ଚଳ ର ଲଂଗଲେଶ୍ୱର ବନପାଳ ଚୌମୁଖ ବନ୍ୟ ବିଟ ହାଉସ ନିକଟରେ ଥିବା ସାମୁଦ୍ରିକ ବେଳା ଭୂମିରୁ ଅଲିଭରେଡ୍ଲି ପ୍ରଜାତିର କଇଁଛ ଅଣ୍ଡା କୁ ବନ ବିଭାଗ ଠାବ କରିଥିଲା । ଗତ ଫେବୃଆରୀ ୨୯ ତାରିଖରୁ ଅଣ୍ଡା ଠାବ କରିବା ପରେ ବନ ବିଭାଗ ଉକ୍ତ ଅଞ୍ଚଳକୁ ଘେରି, ବେଆଇନ ପ୍ରବେଶ ଉପରେ କଟକଣା ଲଗାଇଥିଲେ । ଦୀର୍ଘ ୪୯ ଦିନ ପରେ ଆଜି ସକାଳୁ ୧୦୮ ଟି ଅଲିଭରିଡ୍ଲେ ପ୍ରଜାତିର ଜୀବିତ କଇଁଛ ଶାବକ ଦେଖିବାକୁ ମିଳିଥିଲା । ଏହା ଚୌମୁଖ ସମୁଦ୍ର ବେଳା ଭୁମି ପାଇଁ ସମ୍ପୂର୍ଣ ନୂଆହେଲେବି, ଚଳିତ ବର୍ଷ ବାଲେଶ୍ୱର ଜିଲ୍ଲାରେ ଏକମାତ୍ର ପ୍ରଜନନ ସ୍ଥାନ ଭାବେ ଗୌରବ ପାଇଛି । ବନାଞ୍ଚଳ ଅଧିକାରୀଣୀ କ୍ଷୀରପଦୀ ପ୍ରଧାନ, ଲଙ୍ଗଳେଶ୍ୱର ବନପାଳ ଜିତେନ୍ଦ୍ର କୁମାର ରାଉତ, ହୃଷିକେଶ ପ୍ରଧାନ, ପ୍ରକାଶ କୁମାର ମହାନ୍ତି, ଉତ୍ତମ କୁମାର ଖଟୁଆ, ଦୁଜୟ କରଣ ସମେତ ଚୌମୁଖ ପଂଚାୟତ ସରପଞ୍ଚ ନାରାୟଣ ଖଟୁଆଙ୍କ ଉପସ୍ଥିତିରେ ସମସ୍ତ ଅଲିଭ ରିଡ୍ଲେ କଇଁଛ ସାବକକୁ ସମୂଦ୍ର ଭିତରକୁ ଛଡା ଯାଇଥିଲା । ତେବେ ସରପଞ୍ଚ ଶ୍ରୀଯୁକ୍ତ ଖଟୁଆ ,ଯୁବ ସମାଜ ସେବକ ଦୀପ୍ତିମାନ୍ ପତି ଅଧିକ ବନ କର୍ମଚାରୀ ନିଯୁକ୍ତି ସହିତ ଉକ୍ତ ଅଞ୍ଚଲକୁ ଅଧିକ କଡାକଡି ପେଟ୍ରୋଲିଂ ଦାବି କଲେ ।