ଭୁବନେଶ୍ୱର, ରିପୋର୍ଟ ( ଓଡିଶାତାଜାନ୍ୟୁଜ୍ ) ଶ୍ରୀଯୁକ୍ତ ଅମରେଶ ପତ୍ରୀ , ଶନିବାର, ଏପ୍ରିଲ 18.4.2020 :- ରାଜ୍ୟରେ କରୋନା ଭୁତାଣୁ (କୋଭିଡ-୧୯ ) ସ୍ଥିତିର ମୁକାବିଲା ପାଇଁ ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମରେଶ ପତ୍ରୀ ତାଙ୍କର ୩ ମାସର ଦରମା ୧ ଲକ୍ଷ ୩୫ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି । ଗତକାଲି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ଅବସରରେ ସେ ଏହି ଅର୍ଥ ଇଲେକ୍ଟ୍ରୋନିକ ଟ୍ରାନ୍ସଫର ଜରିଆରେ ସି.ଏମ.ଆର.ଫଣ୍ଡକୁ ପ୍ରେରଣ କରିଥିବା ଟୁଇଟ ମାଧ୍ୟମରେ ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ କୁ ଆର୍ଥିକ ସାହାଯ୍ୟ ନିମନ୍ତେ ପ୍ରଥମେ ମୁଖ୍ୟମନ୍ତ୍ରୀ ନିଜର ୩ ମାସର ଦରମା ଦାନ କରିବା ସହ ସମସ୍ତ ବିଧାୟକଙ୍କୁ ନିଜର ୩ ମାସ ର ଦରମାକୁ ଦେବା ପାଇଁ ନିବେଦନ କରିଥିଲେ । ଏଠାରେ ଓଡ଼ିଶାରେ କରୋନା ମହାମାରୀ କୁ ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କ ର ସାହାଯ୍ୟ ଓ ସହଯୋଗ ପାଇଁ ଭିଡ଼ିଓ ମାଧ୍ୟମରେ ବିଭିନ୍ନ ବାର୍ତା ଦେଇଥିଲେ ।