ମାନବିକତା ଦେଖାଇଲେ ପୋଲିସ ବାବୁ ! ମାହାଙ୍ଗା ଅଂଚଳରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବୁଝିବା ସହିତ ନିଜର ମାନବିକତା ଭୁଲି ନାହାଁନ୍ତି ମାହାଙ୍ଗା ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନ। ଜଣେ ରୋଗାକ୍ରାନ୍ତ ବ୍ୟକ୍ତିଙ୍କୁ ନିଜ ହାତରେ ଖାଦ୍ୟ ଖୁଆଇ ଉଦାହରଣ ସୃଷ୍ଟି କରିଛନ୍ତି ।
କଟକ, ମାହାଙ୍ଗା ( ଓଡିଶା ତାଜା ନ୍ୟୁଜ୍ ),ରିପୋର୍ଟ / ଲଷ୍ମୀଧର ଖୁଣ୍ଟିଆ , ଶନିବାର, ଏପ୍ରିଲ 18.4.2020 :- ମାନବିକତା ଦେଖାଇଲେ ପୋଲିସ ବାବୁ ! ସମସ୍ତେ କୁହନ୍ତି ପୋଲିସ ର କଠୋର ମନୋଭାବ, ହେଲେ ଏ ଘଟଣାକୁ ଦେଖିଲା ପରେ ଆମେ କ’ଣ କହିବା । ଯେ ପୋଲିସ ର ହୃଦୟ ଏତେ କୋମଳ ! ହଁ ଆଜ୍ଞା ଇଏ ଆଜିର ଘଟଣା । କରୋନା ସମୟରେ ସବୁଆଡେ ଲକ୍ ଡାଉନ୍ ଥିବା ବେଳେ ସମଗ୍ର ମାହାଙ୍ଗା ଅଂଚଳରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବୁଝିବା ସହିତ ନିଜର ମାନବିକତା ଭୁଲି ନାହାଁନ୍ତି ମାହାଙ୍ଗା ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନ। ଆଉ ପରିଚୟ ଦେଇଛନ୍ତି ମାନବପଣିଆର। ଆଜି ମାହାଙ୍ଗା ବ୍ଲକ କୁହୁଣ୍ଡା ପଂଚାୟତର ଆଦିବାସୀ ସାହିରେ ଜଣେ ରୋଗାକ୍ରାନ୍ତ ବ୍ୟକ୍ତିଙ୍କୁ ନିଜ ହାତରେ ଖାଦ୍ୟ ଖୁଆଇ ମାନବିକତା ର ଉଦାହରଣ ସୃଷ୍ଟି କରିଛନ୍ତି ଥାନା ବାବୁ। ଥାନା ବାବୁ ଜାଣିଛନ୍ତି “ମାନବ ସେବା ହିଁ ମାଧବ ସେବା”। ରୋଗାକ୍ରାନ୍ତ ବ୍ୟକ୍ତିଙ୍କର ନିଜ ହାତରେ ଖାଦ୍ୟ ଖାଇବାର ଶକ୍ତି ନ ଥିବାର ଉପଲବ୍ଧି କରି ରଞ୍ଜନ ବାବୁ ନିଜେ ହାତରେ ଖାଦ୍ୟ ଖୁଆଇ ଦେଉଛନ୍ତି । ଏହି ବିଷୟ ଏବେ ସମଗ୍ର ମାହାଙ୍ଗା ଅଂଚଳରେ ଚର୍ଚ୍ଚା ର ବିଷୟ ହୋଇଛି। ଲୋକେ କହୁଛନ୍ତି ପୋଲିସ ହେବ ତ ଏମିତି।