No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩୦ ଅଗଷ୍ଟ ସୋମବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବାହାଡ ଝୋଲା ଠାରେ ସାଇକମିଟି ଆନୁକୁଲ୍ୟରେ ଜନ୍ମାଷ୍ଟମୀ ଉପଲକ୍ଷେ ସାଇବାବା ଙ୍କ ବାର୍ଷିକ ଉତ୍ସବ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଅବସରପ୍ରାପ୍ତ ଶିକ୍ଷକ ପ୍ରହଲ୍ଲାଦ ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ ବ୍ଲକ୍ ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ,
ବାହାଡ ଝୋଲା ସମିତି ସଭ୍ୟା ଛବିରାଣୀ ସାହୁ ,ପୂର୍ବତନ ସରପଞ୍ଚ ପ୍ରଶାନ୍ତ କୁମାର ସାହୁ,ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ବେହେରା, କାପ୍ତା ପଲ୍ଲୀ ସମିତି ସଭ୍ୟ ବିଭୂତି ଭୂଷଣ ବେହେରା,ବରିଷ୍ଠ ବିଜେଡ଼ି କର୍ମୀ ତ୍ରିନାଥ ସ୍ୱାଇଁ,ସନାତନ ବେହେରା,କେଦାର ସେଠୀ,ସମାଜ ସେବୀ ସୂର୍ଯ୍ୟନାରାୟଣ ସାହୁ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ପୌରାଣିକ ନାଟକ ପରିବେଷଣ ସହ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା। ସାଇ କମିଟି ସଦସ୍ୟ କାହୁଁ ଚରଣ ପ୍ରଧାନ,ଅଖିଳ ବେହେରା,କାହୁଁ ଚରଣ ପତଙ୍ଗ ଙ୍କ ସହିତ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ସଫଳ ପରିଚାଳନା ରେ ସହଯୋଗ କରିଥିଲେ । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)
No Result
View All Result