No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅଗଷ୍ଟ ରବିବାର ) ରଣପୁର ରିପୋର୍ଟ /ଅଭିମନ୍ୟୁ :- ରଣପୁର ଭଳି ବୀର ମାଟି ରେ ସ୍ୱାଧୀନତା ସଂଗ୍ରାମୀ ଙ୍କ ନାମରେ ରଣପୁରର ପ୍ରତ୍ୟେକ ମାର୍ଗ ଗୁଡିକ ନାମିତ କରାଯିବାର ଚର୍ଚ୍ଚା ଏବେ ଜୋର ଧରିଥିବା ବେଳେ ରଘୁଦିବାକର ଆସୋସିଏସନ ପକ୍ଷରୁ ଏକ ସର୍ବ ସମ୍ମତି ପ୍ରକାଶ ପାଉଛି । ଏଥିରେ ମାତୃଭୂମି ପାଇଁ ଶହୀଦ ହୋଇଥିବା ସ୍ବାଧିନତା ସଂଗ୍ରାମୀ ଙ୍କ ନାମ ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣା ର ଉତ୍ସ ହେବ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଉଛି । ତେବେ ରବିବାର ଦିନ ଶହୀଦ ରଘୁ ଦିବାକର ଆସୋସିଏସନ କାର୍ଯ୍ୟାଳୟ ପରିସରରେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ୧୫ ଟି ଯାକ ୱାର୍ଡ ରୁ ପ୍ରାୟ ୨୫ ଜଣ ସଦସ୍ୟ ଙ୍କ ଉପସ୍ଥିତି ରେ ଅବସରପ୍ରାପ୍ତ ପ୍ରଫେସର ବିଜୟ କୁମାର ଜେନା ଙ୍କ ସଭାପତିତ୍ୱରେ ଏହି ବୈଠକ କରାଯାଇଥିଲା ।

ତେବେ ରଣପୁର ଠାରୁ ଚାନ୍ଦପୁର ରୋଡ଼ ଏବଂ ଖଣ୍ଡିସି ଠାରୁ ମୟୁରଝାଲିଆ ରାସ୍ତା କୁ ଯଥାକ୍ରମେ ସହିଦ ରଘୁଦିବାକର ମାର୍ଗ ଭାବେ ଓ ଶହୀଦ ଅର୍ଜୁନ ରାଉତ ମାର୍ଗ ଘୋଷଣା କରିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ରଣପୁର ର ଶାମୁକାସାହି ଠାରୁ ହାଟ ସାହି ଯାଏଁ ରାସ୍ତା ଏବଂ ଶାମୁକା ସାହି ଠାରୁ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତା କୁ ଯଥାକ୍ରମେ ସ୍ୱାଧୀନତା ସଂଗ୍ରାମୀ କୃପାସିନ୍ଧୁ ମିଶ୍ର ଓ ବୀର ଷଡ଼ଙ୍ଗୀ ଙ୍କ ନାମରେ ନାମିତ କରିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।

ଏହା ସହିତ ରଣପୁର ପଞ୍ଚାୟତ ସମିତି ରେ ଥିବା ସ୍ଵାଧିନତା ସଂଗ୍ରାମୀ ସ୍ମୃତି ସ୍ତମ୍ବ ର ପୁନଃଉଦ୍ଧାର କରିବା ସଙ୍ଗେ ସଙ୍ଗେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ସ୍ୱାଧୀନତା ସଂଗ୍ରାମୀ ଙ୍କର ସ୍ମୃତି ସ୍ତମ୍ବ ତିଆରି କରିବାକୁ ପ୍ରସ୍ତାବ ଦିଆଯାଇଛି ।ପ୍ରତ୍ୟେକ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସ୍ୱାଧୀନତା ସଂଗ୍ରାମୀ ଙ୍କ ସ୍ମାରକୀ ସ୍ତମ୍ବ ନିର୍ମାଣ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।

ଏହି ପରିପ୍ରେକ୍ଷୀରେ ଏକ ଜରାଶ୍ରମ ଗଠନ କରିବା ପାଇଁ ରଣପୁର ପାଟରା ସାହି ର ସମାଜସେବୀ ପ୍ରଫୁଲ୍ଲ କୁମାର ନନ୍ଦ ନିଜର ୧୪ ଡ଼ିସିମିଲ ଭୂମି ଦାନ କରିବେ ବୋଲି ପ୍ରସ୍ତାବ ରଖିଥିଲେ ତତସହିତ ସମ୍ୟକ ଅର୍ଥ ପ୍ରଦାନ କରିବାକୁ ଇଚ୍ଛା ବ୍ୟକ୍ତ କରିଥିଲେ । ଯାହାକୁ ଶହୀଦ ରଘୁ ଦିବାକର ଆସୋସିଏସନ ତରଫରୁ ସ୍ୱାଗତ କରାଯାଇ ଉକ୍ତ ବକ୍ତବ୍ୟ କୁ ଆସୋସିଏସନର ସଭାପତି ସୁରେଶ ଚନ୍ଦ୍ର ମିଶ୍ର ଏହା ଉପରେ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଆହ୍ୱାନ ଦେଇଥିଲେ । ଏବଂ ଶେଷରେ ଆବାହକ ସୁରେଶ ଚନ୍ଦ୍ର ମିଶ୍ର ଉପସ୍ଥିତ ସଦସ୍ୟ ଓ ଶହୀଦ ଙ୍କ ପ୍ରତି ଭକ୍ତିପୁତ ଅର୍ପଣ କରି ଧନ୍ୟବାଦ ଜଣାଇଥିଲେ ।
No Result
View All Result