(ବ୍ୟାଙ୍କ ସମ୍ମୁଖରେ ଲମ୍ବା ଲାଇନ)
ହିଂଜିଳିକାଟୁ ,ରିପୋର୍ଟ/ଶେଷଦେବ ସାହୁ ( ଓଡିଶା ତାଜା ନ୍ୟୁଜ୍ ) ବ୍ୟାଙ୍କ ସମ୍ମୁଖରେ ଭିଡ଼, ଶୁକ୍ରବାର, ଏପ୍ରିଲ 17.4.2020 :- ଜନଧନ ଯୋଜନାରେ ବ୍ୟାଙ୍କରେ ସଂଚୟ ଖାତା ଖୋଲିଥିବା ହିତାଧିକାରୀ ମାନଙ୍କ ଖାତାରେ କେନ୍ଦ୍ର ସରକାର ୫ଶହ ଟଙ୍କା ସହାୟତା ରାଶି ପ୍ରଦାନ କରି ଆସୁଛନ୍ତି । ଉକ୍ତ ସହାୟତା ରାଶି ଉଠାଣ ସକାଶେ ବିଭିନ୍ନ ବ୍ୟାଙ୍କ ସମ୍ମୁଖରେ ହିତାଧିକାରୀଙ୍କ ପ୍ରବଳ ଭିଡ଼ ସାଙ୍ଗକୁ ଲମ୍ବା ଲାଇନ ରହିଥିବା ଦେଖିବାକୁ ମିଳୁଛି ।
ବିଶ୍ୱରେ କରୋନା ଭୁତାଣୁ ସଂକ୍ରମଣକୁ ଆଖି ଆଗରେ ରଖି ସରକାର ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ଲକଡ଼ାଉନ ଘୋଷଣା କରିଥିବା ବେଳେ ମାସ୍କ ବ୍ୟବହାର ଓ ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ଜନ ସଚେତନତା କରାଯାଉଛି । ତେବେ ପ୍ରଶାସନର କଟକଣାକୁ ଫୁ କରି ହିତାଧିକାରୀ ମାନେ ସହାୟତା ରାଶି ଉଠାଣ ସକାଶେ ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି ।
ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳରେ ଥିବା ରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ, ଆନ୍ଧ୍ରା ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ ପ୍ରଭୃତି ବ୍ୟାଙ୍କର ଶାଖା କାର୍ଯ୍ୟାଳୟ ଗୁଡ଼ିକ ସମ୍ମୁଖରେ ପ୍ରଚଣ୍ଡ ଖରାରେ ଲମ୍ବା ଲାଇନରେ ରହିଥିବାର ଦେଖିବାକୁ ମିଳୁଛି । ସାମାଜିକ ଦୂରତ୍ୱ ରକ୍ଷା ସକାଶେ ବ୍ୟାଙ୍କ କର୍ମଚାରୀ ମାନଙ୍କ ପକ୍ଷରୁ ବାରମ୍ବାର ଅନୁରୋଧ କରାଯାଉଥିଲେ ମଧ୍ୟ ଲୋକ ମାନିବାକୁ ନାରାଜ ।