No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୮ ଅଗଷ୍ଟ ଶନିବାର ) ନୂଆଗାଁ :- ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ଗୁମୀ ସେକ୍ସନ ଅଧିନରେ ଥିବା ଜାକେଡ଼ା ପଞ୍ଚାୟତ ର କେନ୍ଦୁ ବଣିଆ ଗ୍ରାମର ଚାଷୀ ଜମି ଗୁଡିକରେ ହାତୀ ଉପଦ୍ରବ ଯୋଗୁଁ ଏକର ଏକର ଫସଲ ନଷ୍ଟ ହୋଇଛି । କେନ୍ଦୁ ବଣିଆ ଗ୍ରାମରେ ଆଦିବାସୀ ଲୋକମାନେ ବସବାସ କରୁଥିବା ବେଳେ କରୋନା ମହାମାରୀ ସମୟରେ ଚାଷ ସହ ଜଙ୍ଗଲ ଜାତ ଦ୍ରବ୍ଯ ସଂଗ୍ରହ କରି ପରିବାର ପୋଷଣ କରୁଛନ୍ତି । ଏପରି ସ୍ଥଳେ ହାତୀ ଉପଦ୍ରବ ଯୋଗୁଁ ଫସଲ ନଷ୍ଟ ହେବା ଚାଷୀ ମାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି ।
ପ୍ରତିବର୍ଷ ଜାକେଡ଼ା ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ହାତୀ ଉପଦ୍ରବ ଲାଗି ରହିଥିବା ଯୋଗୁଁ ଫସଲ ନଷ୍ଟ ହେଉଛି । ପ୍ରାୟ ୧୦ ରୁ ଉର୍ଦ୍ଧ୍ବ ହାତୀ ଆସି ଫସଲ ନଷ୍ଟ କରୁଥିବା ଅଞ୍ଚଳ ବାସି ଙ୍କ ମଧ୍ୟରେ ମତ ପ୍ରକାଶ ପାଇଛି । ଗୁମୀ ଫରେଷ୍ଟର ବନମାଳୀ ରାଉତ ଚାଷୀ ଚିହ୍ନଟ କରି ସେମାନେ କିପରି କ୍ଷତି ପୂରଣ ପାଇବେ ପ୍ରଚେଷ୍ଟା ଆରମ୍ଭ କରିଥିବା ଜଣାପଡିଛି । ତେବେ ଚାଷ ଜମି ଗୁଡିକ କିପରି ସୁରକ୍ଷିତ ରହିବ , ସେଥିପ୍ରତି ବନ ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ଏବଂ ଅଞ୍ଚଳ ବାସୀ ଙ୍କ ମଧ୍ୟରେ ମତ ପ୍ରକାଶ ପାଇଛି । ( ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ )
No Result
View All Result