No Result
View All Result
ଓଡ଼ିଶା ତାଜା ନିୟୁଜ୍ (୨୮ ଅଗଷ୍ଟ ଶନିବାର ) ବରଗଡ଼ ଅଫିସ :- ବରଗଡ଼ ସହରର ଗଳିକନ୍ଦିରେ ଚାଳିଛି ନିଶା କାରବାର । ଏଥିରୁ ସ୍ଥାନୀୟ ଉପ କାରାଗାର(ସବ୍ଜେଲରେ) ପରିସର ମଧ୍ୟ ବାଦ ପଡିନାହିଁ । ଆଜି ବରଗଡ଼ ଟାଉନ ପୋଲିସ ଜେଲରେ ଅତର୍କିତ ଚଢାଉ କରିଥିଲେ । ଚଢାଉ ବେଳେ ସବ୍ଜେଲରେ କାର୍ଯ୍ୟରତ ସୁଇପର ଆକାଶ ସିନ୍ଦ୍ରିଆଙ୍କ କ୍ବାର୍ଟରରୁ ୨ହଜାର ବୋତଲ କଫ ସିରଫ ଜବତ କରାଯାଇଛି । ପୋଲିସ ସୁଇପର ସିନ୍ଦ୍ରିଆଙ୍କୁ ଥାନାକୁ ଆଣି ଅଧିକ ପଚରାଉଚୁରା କରୁଛି ।
ଏହି କାରବାରରେ ଏକ ର଼୍ୟାକେଟ ଥିବା ଅନୁମାନ କରାଯାଉଛି ।

ଏ ସକ୍ରାନ୍ତରେ ଟାଉନ ଥାନା ଆଇଆଇସି ସଦାନନ୍ଦ ପୂଜାହାରୀ କହିଛନ୍ତି, ଘଟଣାର ଅଧିକ ତଦନ୍ତ ଚାଲିଛି । ଏଥିରେ ସ°ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି। ସ୍ଥାନୀୟ ଟାଉନ ଥାନାର କିଛି ଦୂରରେ ରହିଥିବା ଜେଲ ପରିସରରୁ ଜଣେ ଜେଲ କର୍ମଚାରୀଙ୍କ ସରକାରୀ କ୍ବାର୍ଟରରୁ ବିପୁଳ ପରିମାଣର କଫ ସିରଫ ଜବତ ହେବା ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଛି । ଅନ୍ୟପକ୍ଷେ ଜେଲ କର୍ମଚାରୀଙ୍କ କ୍ବାର୍ଟରରେ କଫ ସିରଫ ସୁରକ୍ଷିତ ରଖିବାକୁ ନିଶା ମାଫିଆମାନେ ଉଚିତ ମଣିଥିବା ଏବଂ ସେଠାରୁ ଜେଲରେ ବିଚାରାଧୀନ ଭାବେ ରହିଥିବା ନିଶା ଅଭ୍ୟସ୍ତ ବନ୍ଦୀମାନଙ୍କୁ ତାହା ଯୋଗାଇ ଦିଆଯାଉଥିଲା ବୋଲି ଆଲୋଚନା ହେଉଛି ।
ଏହା ସହିତ ନିଶା ମାଫିଆମାନେ କଫ ସିରଫ ଗଚ୍ଛିତ ରଖି ଅନ୍ୟତ୍ର ଚାଲାଣ କରାଯାଉଥିବା ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି । ଏହି ସ°ପର୍କରେ ପଚାରିବାରୁ ଜେଲର୍ ଅଞ୍ଜଳି ପଟେଲ କହିଛନ୍ତି, ଏ ବିଷୟରେ ସେ କିଛି ଜାଣି ନାହାନ୍ତି। ପୋଲିସ ଚଢାଉ କରିଥିଲା ଏବଂ ପୋଲିସ ହିଁ କହି ପାରିବ । ତେବେ ପୋଲିସ ଚଢାଉ ନେଇ ସେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ସାରିଛନ୍ତି ଏବଂ ସ°ପୃକ୍ତ ସୁଇପରଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜେଲର୍ ପଟେଲ କହିଛନ୍ତି ।
No Result
View All Result