’
ପୁରୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ବିଶ୍ୱ ସନାତନ ପଞ୍ଚାମୃତ ଯୋଗ ବାହିନୀର ଦିବ୍ୟ ସନ୍ଦେଶ କ୍ରମେ ଆଜି ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ଯୋଗ ଶିକ୍ଷା କେନ୍ଦ୍ର ପରିସରରେ ଏକ ଦିବସୀୟ ‘ଜଗନ୍ନାଥ ପଞ୍ଚାମୃତ ଯୋଗ ଧର୍ମ ସମ୍ମିଳନୀ’ ଅତ୍ୟନ୍ତ ଭକ୍ତିପୂତ ଓ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ମାଳିକାରେ ବର୍ଣ୍ଣିତ ଯୋଗାଶ୍ରମ, ବର୍ତ୍ତମାନର ଯୋଗ ପ୍ରାଣାୟାମ ଶିକ୍ଷା କେନ୍ଦ୍ର (ଷ୍ଟେସନ ରୋଡ଼, ପୁରୀ-୨) ଏବଂ ତପୋଭୂମି, ଦିବ୍ୟଭୂମି ଓ ଗୁପ୍ତ ବାବାଜୀଙ୍କ ଆନୁକୂଲ୍ୟରେ ଏହି ମହତ୍ତ୍ୱପୂର୍ଣ୍ଣ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ମହାସମାରୋହରେ ଆୟୁର୍ବେଦ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ମୁଖ୍ୟ ପୁରୋଧା ପ୍ରଫେସର ବିପିନ ବିହାରୀ ଖୁଣ୍ଟିଆ ସଭାପତିତ୍ୱ କରିଥିଲେ ।















